Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

3/12/2020 at 1:12 PM

ନୂଆଦିଲ୍ଲୀ ୩।୧୨: ଅନଲାଇନ୍‌ରେ ହେବନାହିଁ ସିବିଏସଇର ବୋର୍ଡ ପରୀକ୍ଷା । ୨୦୨୧ରେ ହେବାକୁ ଥିବା ପରୀକ୍ଷା ଲିଖିତ ଭାବେ ଦେବେ ଛାତ୍ରଛାତ୍ରୀ । ସିବିଏସଇ ଅଧିକାରୀ ଏ ନେଇ ସ୍ପଷ୍ଟ କରିବା ସହ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ଅନଲାଇନ୍‌ରେ କରିବା ନେଇ କୌଣସି ପ୍ରସ୍ତାବ ନାହିଁ । ବୋର୍ଡ ପରୀକ୍ଷା ଗତ ବର୍ଷ ଭଳି ସାମାନ୍ୟ ଲିଖିତ ଭାବେ କରାଯିବ । ମାତ୍ର ଏପର୍ଯ୍ୟନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇନାହିଁ । ସିବିଏସଇ ଅଧିକାରୀ କହିଛନ୍ତି ଯେ, ୨୦୨୧ରେ ବୋର୍ଡ ପରୀକ୍ଷା ଅନଲାଇନ୍‌ରେ ନୁହେଁ ବରଂ ସାମାନ୍ୟ ଲିଖିତ ଭାବେ ହେବ ।

ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ବିକାଶ ଏବଂ ଉଜ୍ବଳ ଭବିଷ୍ୟତ ପାଇଁ ପରୀକ୍ଷା ଆୟୋଜନ କରିବା ଅତ୍ୟନ୍ତ ଜରୁରୀ । ଚଳିତ ବର୍ଷ ପରୀକ୍ଷା ଆୟୋଜନକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ନାନାଦି ଚର୍ଚ୍ଚା ହେଉଥିଲା । କୋଭିଡ୍ କଟକଣା ଯୋଗୁଁ ଏପର୍ଯ୍ୟନ୍ତ ସାରାଦେଶରେ ସ୍କୁଲ, କଲେଜ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇନାହିଁ । ବୋର୍ଡ ପରୀକ୍ଷାର ପଞ୍ଜୀକରଣଠାରୁ ଶ୍ରେଣୀ ପରିଚାଳନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଭର୍ଚୁଆଲ ଅଥବା ଅନଲାଇନ୍‌ରେ ସଞ୍ଚାଳିତ ହେଉଛି ।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କହିଥିଲେ ଯେ, ଲଗାତର ସ୍କୁଲ, କଲେଜଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ ପାଠ ପଢିବା ଏକ ବଡ ଚ୍ୟାଲେଞ୍ଜ । ମାତ୍ର ଏହି ଚ୍ୟାଲେଞ୍ଜକୁ ମାତ୍ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ସେ କହିଥିଲେ ।

   Related Posts