Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲକ୍ଷ ଲକ୍ଷ CBSE ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ ଆଜି ନିଷ୍ପତ୍ତି : ବଡ ଘୋଷଣା କରିପାରନ୍ତି ରମେଶ୍ ପୋଖରିୟାଲ

1/06/2021 at 7:48 AM

ନୂଆଦିଲ୍ଲୀ ୧/୦୬ : କରୋନାର ଦ୍ୱିତୀୟ ଲହର ମଧ୍ୟରେ, କ୍ରମାଗତ ଭାବେ ଦାବି ଥିଲା ଯେ ପିଲା ଶାରୀରିକ ଭାବେ ସିବିଏସ୍ଇ ପରୀକ୍ଷା ନଦେଇ କିଛି ବିକଳ୍ପ ପଦକ୍ଷେପ ନିଆଯିବା ଉଚିତ୍ । ଏହାସହ ବିଭିନ୍ନ ରାଜ୍ୟର ଦାବି ଥିଲା କି, ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଟୀକାକରଣ ଆବଶ୍ୟକ । ତେବେ ଏହାରି ଭିତରେ ଲକ୍ଷ ଲକ୍ଷ CBSE ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ସେନେଇ ଆଜି ନିଆଯିବ ନିଷ୍ପତ୍ତି ।

ପରୀକ୍ଷା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିଛି ନିଷ୍ପତ୍ତି ନେବାର ସମ୍ଭାବନା ଅଛି । ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଏହା ଉପରେ ନିଷ୍ପତ୍ତି ନେବେ । ଘୋଷଣା ପୂର୍ବରୁ ଶିକ୍ଷାମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଏନେଇ ଆଲୋଚନା କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଶିକ୍ଷା ବୋର୍ଡରୁ ମିଳିଥିବା ପରାମର୍ଶ ଆଧାରରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଦାଖଲ କରିପାରିବେ । ସୂଚନାନୁସାରେ, ଦ୍ୱାଦଶ ପରୀକ୍ଷା ହେବାକୁ ଧାର୍ଯ୍ୟ କରାଯାଇଛି ।

ପ୍ରାୟ ୧୮ ରୁ ୨୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟର ପରୀକ୍ଷା କରାଯିବ । ଏହାସହ ପରୀକ୍ଷା କେନ୍ଦ୍ର ଗୁଡିକ ବି ଦ୍ୱୁଗୁଣିତ କରାଯିବ । ଏହା ସହିତ ୧୮ ବର୍ଷରୁ ଅଧିକ ପରୀକ୍ଷାର୍ଥୀ ଏବଂ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରାଥମିକ ଆଧାରରେ ଟିକାକରଣ କରାଯିବ । ଏହା ସହ ପରୀକ୍ଷା କେନ୍ଦ୍ରରେ କୋଭିଡ ପ୍ରୋଟୋକଲ ପାଇଁ ବ୍ୟବସ୍ଥା କରାଯିବ । ପରୀକ୍ଷା ପ୍ରକୋଷ୍ଠରେ ପରୀକ୍ଷକଙ୍କ ସଂଖ୍ୟା ମଧ୍ୟ କମ୍ ରହିବ ।

   Related Posts