ବଦଳିଲା ସିବିଏସଇ ଏଗଜାମ ପାର୍ଟନ, ବୋର୍ଡ ପରୀକ୍ଷାରେ ଆଉ ଆଗଭଳି ରହିବନି ଅଧିକ ପ୍ରଶ୍ନ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ ୧୯।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) କିଛି ଦିନ ପୂର୍ବରୁ ଶୁଳ୍କ ସଂଶୋଧନ କରିଥିଲେ। ହେଲେ ଏବେ ପାରୀକ୍ଷା ସଂସ୍କାର ନେଇ ଘୋଷଣା କରିଛନ୍ତି। ଆଗାମୀ ୨୦୨୦ ବୋର୍ଡ ପରୀକ୍ଷା ଲାଗି ସିବିଏସଇ ଏହି ସଂଶୋଧନ ଘୋଷଣା କରିଥିବା ବେଳେ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଦୀର୍ଘ ଉତ୍ତରମୂଳକ (ଡିସ୍କ୍ରିପ୍ଟିଭ) ପ୍ରଶ୍ନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଆଗାମୀ ୧୦ମ ଓ ଦ୍ୱାଦଶ ପରୀକ୍ଷା ରେ ହିନ୍ଦୀ, ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଓ ସଂସ୍କୃତ ଭଳି ଭିଷୟରେ ଅଧିକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ନାହିଁ। ବୋର୍ଡଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ଏବେ ସହଜ ହେବ ବୋଲି ଆଶା କରାଯାଉଛି।  

{"id":147655}

ସିବିଏସଇ ଟ୍ୱିଟ୍ କରି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି। ଏଥିରେ ଦ୍ୱାଦଶରେ ଗଣିତ, ଫିଜିକ୍ସ, କେମେଷ୍ଟ୍ରି, ଆକାଉଣ୍ଟ,ସୋସିଓଲଜି, ଇକୋନମିକ୍ସ ଓ ବିଜନେସ୍ ଷ୍ଟଡିଜ୍ ଆଦି ବିଷୟରୁ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ହ୍ରାସ କରାଯିବ ବୋଲି ସୂଚାଇ ଦିଆଯାଇଛି। ତେବେ ପରୀକ୍ଷାର ସମୟ ସାରଣୀରେ ବୋର୍ଡ କୌଣସି ପରିବର୍ତ୍ତନ କରି ନାହାନ୍ତି । ଏଣୁ ଛାତ୍ରଛାତ୍ରୀ ଖୁବ୍ ସ୍ୱଳ୍ପ ସମୟରେ ସେମାନଙ୍କ ଉତ୍ତର ଲେଖି ପରୀକ୍ଷା ହଲରୁ ବାହାରି ଆସିପାରିବେ।

{"id":147656,"width":574,"height":385}

ବୋର୍ଡ ସବୁ ବିଷୟରେ ୨୦ ମାର୍କର ପ୍ରୟୋଗାତ୍ମକ ଓ ଅନ୍ତରୀଣ ମୂଲ୍ୟାୟନ ନିର୍ଦ୍ଧାରଣ କରିଛନ୍ତି। ତେବେ ନବମ ଓ ଏକାଦଶରେ ପାରୀକ୍ଷା ଲାଗି ରେଜିଷ୍ଟ୍ରେସନ କରିବା ବେଳେ ଯଦି ଛାତ୍ରଛାତ୍ରୀ ବିନା ଆଫିଲିଏସନ ଥିବା ବିଷୟ ରଖନ୍ତି ତେବେ ସେମାନଙ୍କୁ ପରୀକ୍ଷା ନିମନ୍ତେ ଅଯୋଗ୍ୟ ଘୋଷିତ କରାଯିବ ବୋଲି ମଧ୍ୟ ବୋର୍ଡ ଚେତାଇ ଦେଇଛନ୍ତି। ଏଣୁ ସ୍କୁଲମାନଙ୍କୁ ସେହି ବିଷୟରେ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରିବା ଲାଗି କୁହାଯାଉଛି କେବଳ ଯେଉଁ ବିଷୟରେ ବୋର୍ଡ ଆଫିଲିଏସନ ଦେଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.