ସୁପ୍ରିମକୋର୍ଟଙ୍କ ବଡ ଫଇସଲା, ପରୀକ୍ଷା ବାତିଲ ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନ ଖାରଜ

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨।୦୬: ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଛନ୍ତି। ଏଥିସହ ପରୀକ୍ଷା ମୂଲ୍ୟାଙ୍କନ ପାଇଁ ବୋର୍ଡ ଦ୍ଵାରା ଆପଣାଇଥିବା ପ୍ରକ୍ରିୟା ଲାଗୁ କରିବାକୁ ଅନୁମତି ଦେଇଛନ୍ତି ଅଦାଲତ। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିବିଏସଇ ଓ ଆଇସିଏସଇର ଦ୍ଵାଦଶ ମୂଲ୍ୟାଙ୍କନ ପଦ୍ଧତିକୁ ସଠିକ୍ ଏବଂ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

ସୁପ୍ରିମକୋର୍ଟ ମୂଲ୍ୟାଙ୍କନ ପଦ୍ଧତିରେ ଅନିୟମିତତା ହେବାର ଆଶଙ୍କା କରି ସ୍କୁଲ ଗୁଡିକ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଆଦେଶ ପାରିତ କରିବାକୁ ମନା କରିଛନ୍ତି। ଅଦାଲତ କହିଛନ୍ତି, ରେଜଲ୍ଟ ପାଇଁ ଏକ କମିଟି ରହିବେ, ସେ ପୂରା ପ୍ରକ୍ରିୟା ଉପରେ ନଜର ରଖିବେ। କମିଟିରେ ସ୍କୁଲର ନୁହେଁ ବାହାରର ସଦସ୍ୟ ରହିବେ।

ବିଚାରପତି ଏସ ଖାନଓ୍ଵିଲକର ଓ ବିଚାରପତି ଦିନେଶ ମାହେଶ୍ଵରୀଙ୍କ ପୀଠ ଛାତ୍ରଙ୍କୁ ଆରମ୍ଭରୁ ମୂଲ୍ୟାଙ୍କନ ସ୍କିମ କିମ୍ବା ପରୀକ୍ଷାରେ ବସିବା କୌଣସି ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ କରିବା ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ଜୁଲାଇରେ ଶ୍ରେଣୀ ଗୃହରେ ଦ୍ଵାଦଶ ବୋର୍ଡ ପରୀକ୍ଷା ଆୟୋଜନ ଦାବିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.