ବାତିଲ୍ ହୋଇପାରେ ସିବିଏସଇ ଦଶମ ଶ୍ରେଣୀର ବାକି ପରୀକ୍ଷା !

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: ଲକ୍‌ଡାଉନ୍‌ କାରଣରୁ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି। କେବେ ଲକ୍‌ଡାଉନ୍‌ ହଟିବ ଏବଂ କେରେ ପରୀକ୍ଷା ହେବ ପୁଣି ତାର ରେଜଲ୍ଟ କେବେ ବାହାରିବ, ଏହାକୁ ନେଇ ଚିନ୍ତାରେ ଛାତ୍ର ଏବଂ ଅଭିଭାବକ। ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ  ବୈଠକ ପରେ ଏହି ପ୍ରଶ୍ନ ଉଠୁଛି ଯେ, ସିବିଏସଇ ବୋର୍ଡ ପରୀକ୍ଷା ୨୦୨୦ ବାତିଲ ହେବ କି ନାହିଁ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ ଯେ, ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ଇଣ୍ଟରନାଲ ମାର୍କ ଆଧାରରେ ସିଧା ଉତ୍ତୀର୍ଣ୍ଣ କରି ଦେବା ଉଚିତ୍, ଯେମିତି ଅନ୍ୟ ଶ୍ରେଣୀର ଛାତ୍ରଙ୍କ କରାଯାଇଛି।

ସିସୋଦିଆଙ୍କ ଦ୍ଵାରା ମଙ୍ଗଳବାର ସନ୍ଧ୍ୟାରେ ଟୁଇଟ୍ କରାଯିବା ପରେ ଏହା ସିବିଏଇ ବୋର୍ଡର ଛାତ୍ରଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି କରୁଛି ଯେ, କଣ ସିବିଏସଇ ବୋର୍ଡ ପରୀକ୍ଷା ୨୦୨୦ ରଦ୍ଦ ହୋଇଯିବ ?

ନ୍ୟୁଜ୍ ଚ୍ୟାନେଲ ସହ ଆଲୋଚନା ସମୟରେ ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ କହିଛନ୍ତି, ଦଶମରେ ମାମୁଲି ବିଷୟର ପରୀକ୍ଷା ହେବା ବାକି ରହିଛି, ଏଥିପାଇଁ ଏହାକୁ ରଦ୍ଦ କରାଯାଇପାରେ। ତେବେ ଏହାର ଅର୍ଥ ସମସ୍ତ ସିବିଏସଇର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ରଦ୍ଦ କରାଯାଇଛି କି ?

{"id":262108,"sizeSlug":"large"}

ଏପ୍ରିଲ ୨୯ରେ ଜାରି ସିବିଏସଇର ବିଜ୍ଞପ୍ତି ଅନୁସାରେ, ସିବିଏସଇ ଦଶମ ଶ୍ରେଣୀର ଏମିତି ବିଷୟର ପରୀକ୍ଷା  ବାକି ରହିଛି, ଯାହା ରଦ୍ଦ ହେଲେ ପିଲାଙ୍କ ଭବିଷ୍ୟତ ଉପରେ କୌଣସି ପ୍ରଭାବ ପଡିବ ନାହିଁ।  ଅନ୍ୟପଟେ ସିବିଏସଇ ସଚିବ ସିବିଏସଇ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ନେଇ କୌଣସି ସୂଚନା ଦେଇ ନାହାନ୍ତି।

ସଂପ୍ରତି ପୂରା ବିଶ୍ଵ ମହାମାରୀ କରୋନା ଭାଇରସ୍‌ ବିରୋଧରେ ସଂଘର୍ଷ କରୁଛି। ସିବିଏସଇ ସହିତ ସମସ୍ତ ପ୍ରକାରର ପରୀକ୍ଷା ବନ୍ଦ ରହିଛି। ଆମେ ସମସ୍ତ ଲକ୍‌ଡାଉନ୍‌ରେ ଅଛୁ  ବୋଲି ଅଧିକାରୀ କହିଛନ୍ତି। ସଚିବ କହିଛନ୍ତି ମାତା-ପିତାଙ୍କୁ ଚିନ୍ତିତ ହେବା ଆବଶ୍ୟକତା ନାହିଁ। ଏହି ସ୍ଥିତି ସଂପୂର୍ଣ୍ଣ ଭାବେ ସ୍ଵାଭାବିକ ହେବା ପରେ ଛାତ୍ରଙ୍କ ପାଠପଢା ମଧ୍ୟ ସ୍ଵାଭାବିକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.