ଆଗକୁ ସିବିଏସଇ ବୋର୍ଡ଼ ପରୀକ୍ଷା : ବିଜ୍ଞାନ ପେପର ପ୍ରସ୍ତୁତି ପାଇଁ ଏହି ୫ଟି ଜିନିଷ ପ୍ରତି ଧ୍ୟାନ ଦେଲେ ମିଳିବ ଭଲ ନମ୍ବର
7/01/2019 at 7:40 PM

ନୂଆଦିଲ୍ଲୀ ୭/୧: ସିବିଏସଇ ବୋର୍ଡ଼ର ଦଶମ ଏବଂ ଦ୍ବାଦଶ ପରୀକ୍ଷା ପାଖେଇ ଆସୁଛି। ଏପରି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବା ଉଚିତ୍। ଦଶମ ପରୀକ୍ଷା ଫେବୃୟାରୀ ୨୧ତାରିଖରୁ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଫେବୃୟାରୀ ୧୫ତାରିଖରୁ ଆରମ୍ଭ ହୋଇ ଅପ୍ରେଲ୍ ୩ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କାର୍ଯ୍ୟକ୍ରମ ଘୋଷିତ ହେବା ସହ ଛାତ୍ରଛାତ୍ରୀଙ୍କ ହୃଦସ୍ପନ୍ଦନ ବଢ଼ିଯାଇଛି ଏବଂ ସେମାନଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। କିନ୍ତୁ ବିଶେଷଜ୍ଞ ଚିନ୍ତାରହିତ ହୋଇ ହସି ଖେଳି ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି। ଏହି ୫ଟି ଜିନିଷ ପ୍ରତି ଧ୍ୟାନ ଦେଇ ଆମେ ବିଜ୍ଞାନ ପେପର ପାଇଁ ପ୍ରସ୍ତୁତି କରି ପାରିବା। ଆସନ୍ତୁ ଜାଣିବା।
୧.ପ୍ରସ୍ତୁତି ପାଇଁ ଯୋଜନା କରନ୍ତୁ: ଛାତ୍ରଛାତ୍ରୀ ସାହସର ସହ ଯୋଜନା ପ୍ରସ୍ତୁତ କରିବା ଉଚିତ୍। ପ୍ରସ୍ତୁତିର ଏକ ଖସଡା ପ୍ରସ୍ତୁତି କରନ୍ତୁ। ପାଠପଢ଼ା ପାଇଁ ଏପରି ସମୟ ବାଛନ୍ତୁ ଯେଉଁ ସମୟରେ ଆପଣ ପଢ଼ିବା ପାଇଁ ଅଧିକ ଆଗ୍ରହୀ ଥିବେ ତାହା ସକାଳେ ହେଉ କିମ୍ବା ସନ୍ଧ୍ୟା। ଘରେ ଏପରି ଏକ ସ୍ଥାନ ଚୟନ କରନ୍ତୁ ଯେଉଁଠାରେ କୈାଣସି ପ୍ରକାର ଗୋଳମାଳ ହେଉନଥିବ। ସେହି ସ୍ଥାନ ପାଠପଢ଼ା ପାଇଁ ଉପଯୁକ୍ତ ଥିବ।
୨.ମୂଳରୁ ବିଷୟବସ୍ତୁକୁ ବୁଝନ୍ତୁ: ବିଜ୍ଞାନ ସମ୍ପୂର୍ଣ୍ଣ ଭାବରେ ବିଷୟବସ୍ତୁକୁ ନେଇ ହୋଇଥାଏ। ଛାତ୍ରମାନେ ଅଧିକାଂଶ ସମୟ ବିଜ୍ଞାନକୁ ନ ବୁଝି ପରୀକ୍ଷା ଦେବାକୁ ଚାଲିଯାଇଥାନ୍ତି ଏବଂ ପରୀକ୍ଷାରେ ଭୁଲ୍ କରିଥାନ୍ତି। ଯଦି ଆପଣ ବିଷୟବସ୍ତୁ ଭଲ ଭାବେ ବୁଝିଥିବେ ତେବେ ଯେକୈାଣସି ଉପାୟରେ ପଚାରିଲେ ମଧ୍ୟ ଆପଣ ଏହାର ସମାଧାନ କରିପାରିବେ।
୩.କୈାଣସି ବିଷୟକୁ ଶେଷ ସମୟରେ ଛାଡ଼ନ୍ତୁ ନାହିଁ: ବିଜ୍ଞାନ ଏପରି ଏକ ବିଷୟ ଯାହା ନିୟମିତ ପଢ଼ିବା ଉଚିତ୍। ଏପରି ପରିସ୍ଥିତିରେ କୈାଣସି ବିଷୟକୁ ମଧ୍ୟ ଛାଡ଼ନ୍ତୁ ନାହିଁ। ଏହା ଦ୍ବାରା ଶେଷ ସମୟରେ ଆପଣ ଅସୁବିଧାରେ ପଡ଼ିବେ। ଏହା ଆପଣଙ୍କୁ ଖରାପ ଫଳ ପ୍ରଦାନ କରିବ।
୪.ସାମ୍ପଲ୍ ପେପରର ସାହାଯ୍ୟ ନିଅନ୍ତୁ: ଗତ ବର୍ଷର ପ୍ରଶ୍ନ ପତ୍ରକୁ ମଧ୍ୟ ସମାଧାନ କରନ୍ତୁ। ଏଥିପାଇଁ ସାମ୍ପଲ୍ ପେପରର ସାହାଯ୍ୟ ନିଅନ୍ତୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ଅଭ୍ୟାସ କରନ୍ତୁ ଏବଂ ନିଜର ଦୁର୍ବଳତାକୁ ଜାଣନ୍ତୁ। ଏହା ଫଳରେ ଆପଣଙ୍କ ଡର କମିବ।
୫.ରିଭାଇଜ କରନ୍ତୁ ଏବଂ ନୂଆ ବହି ପଢ଼ନ୍ତୁ ନାହିଁ: ପରୀକ୍ଷା ପୂର୍ବରୁ କୈାଣସି ନୂଆ ବହି ପଢ଼ନ୍ତୁ ନାହିଁ। ଅନ୍ୟ ବହି ଆଡ଼େ ମଧ୍ୟ ଦେଖନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣ ଧ୍ୟାନଚ୍ୟୁତ ହେବେ। ସେହି ନୋଟସ୍ ପଢ଼ନ୍ତୁ ଯାହା ଆପଣ ବର୍ଷସାରା ପଢ଼ିଛନ୍ତି । ଗୁରୁତ୍ବପୂର୍ଣ୍ଣ ଫର୍ମୁଲା ଦ୍ବାରା ନୋଟସ୍ ପ୍ରସ୍ତୁତ କରିପାରିବେ ଯାହାକୁ ଆପଣ କିଛି ସମୟ ପୂର୍ବରୁ ପଢ଼ିପାରିବେ।