Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

CBSE ଜାରି କଲେ ମଡେଲ ଆନସର ସିଟ୍, ଏଥିରୁ ଛାତ୍ରଛାତ୍ରୀ ଶିଖିବେ କିପରି ପରୀକ୍ଷା ଖାତାରେ ଲେଖାଯାଏ ଉତ୍ତର

26/09/2019 at 4:12 PM

ନୂଆଦିଲ୍ଲୀ:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ ଚଳିତବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ସେମାନଙ୍କ ଲାଗି ସରକାର ମଡେଲ ଆନସରସିଟ୍ ଜାରି କରିଛନ୍ତି। ଏହି ଆନସର ସିଟ୍ ରୁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କିପରି ଉତ୍ତର ଲେଖାଯାଏ ତାହା ଛାତ୍ରଛାତ୍ରୀମାନେ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ମଡେଲ ଆନସର ସିଟ୍ କଣ ।

ଗତ ବର୍ଷ ଅନେକ ଛାତ୍ରଛାତ୍ରୀ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ ସର୍ବୋତ୍ତମ ଉପାୟରେ ପ୍ରଶ୍ନର ଉତ୍ତର ଲେଖିଥିଲେ କେବଳ ସେହି ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାକୁ ମଡେଲ ଆନସରସିଟ୍ କୁହାଯାଏ। ଅଲଗା ଅଲଗା ବିଷୟରେ ଅଲଗା ଅଲଗା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ମଡେଲ ଆନସରସିଟ୍ ହୋଇପାରେ। ଏହି ସବୁ ଆନସର ସିଟ୍ ରେ ଛାତ୍ରଛାତ୍ରୀ ଉତ୍ତର କିପରି ଦେଇଥିଲେ? କେଉଁ ବିନ୍ଦୁରେ ଛାତ୍ରଛାତ୍ରୀଙ୍କ କିପରି ଉତ୍ତର ଲାଗି ବୋର୍ଡ  ଅଧିକ ନମ୍ବର ଦେଇଥିଲେ ତାହା ଆଗାମୀ ବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଜାଣି ପାରିବା ସହ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବେ।

ସିବିଏସଇ ୧୦ମ ପରୀକ୍ଷା ଫଳ ସୁଧାର ଲାଗି ୨୦୧୮-୧୯ ବର୍ଷରେ ପରୀକ୍ଷା ଦେଇ ଉତ୍ତମ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତାକୁ ଶିକ୍ଷା ନିର୍ଦ୍ଦେଶାଳୟ ଏବେ ଅନଲାଇନ କରିଛନ୍ତି। ଏହା ଛଡା ଦିଲ୍ଲୀ ସରକାର ରାଜଧାନୀରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଙ୍କ ଲାଗି ଏହି ଆନସରସିଟ୍ ଉପଲବ୍ଧ କରିଛନ୍ତି। ତେବେ ସିବିଏସଇଙ୍କ ମାନ୍ୟତାପ୍ରାପ୍ତ ସରକାରୀ ସ୍କୁଲ ଓ ଶିକ୍ଷା ନିର୍ଦ୍ଦେଶାଳୟରେ ମଧ୍ୟ ମଡେଲ ଆନସରସିଟ୍ ଉପଲବ୍ଧ ହେଉଛି। ଏହାକୁ ସଂଗ୍ରହ କରି ସିବିଏସଇ ପାଠ୍ୟକ୍ରମ ପଢାଯାଉଥିବା ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ।

   Related Posts