Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ସିବିଏସଇର ଦଶମ ଏବଂ ଦ୍ବାଦଶ ରେଜଲ୍ଟ

26/06/2020 at 1:58 PM

ନୂଆଦିଲ୍ଲୀ ୨୬।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ ।

ପରୀକ୍ଷା ନିୟନ୍ତ୍ରକ ସମୟ ଭରଦ୍ବାଜଙ୍କ ଅନୁଯାୟୀ, କୋଭିଡ୍-୧୯ ସ୍ଥିତି ହେତୁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଏକ ସରକାରୀ ବିଜ୍ଞପ୍ତିରେ ଭରଦ୍ବାଜ କହିଛନ୍ତି ଯେ, ବିକଳ୍ପ ମୂଲ୍ୟାଙ୍କନ ଯୋଜନା ପରେ ଫଳାଫଳ ଘୋଷଣା କରାଯିବ । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାର୍କରେ ଉନ୍ନତି ଆଣିବା ପାଇଁ ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ତଥାପି, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ବିକଳ୍ପ ବାଛୁଛନ୍ତି ସେମାନଙ୍କୁ ପରୀକ୍ଷାରେ ମିଳିଥିବା ମାର୍କକୁ ହିଁ ଅନ୍ତିମ ମାର୍କ ଭାବେ ଗଣନା କରାଯିବ ।

ସେ କହିଛନ୍ତି ଯେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇବେ ନାହିଁ । କେବଳ ବୋର୍ଡ ଦ୍ବାରା ଘୋଷିତ ଫଳାଫଳକୁ ଅନ୍ତିମ ଗଣନା କରାଯିବ ।

ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ସିବିଏସଇକୁ କୋଭିଡ୍-୧୯ ବିଶ୍ବ ମହାମାରୀ ହେତୁ ଦଶମ ଏବଂ ଦ୍ବାଦଶର ଅବଶିଷ୍ଟ ବୋର୍ଡ ପରୀକ୍ଷାକୁ ବାତିଲ କରିବା ଏବଂ ଜୁଲାଇରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରିବା ଯୋଜନାରୁ ମଞ୍ଜୁରୀ ଦେଇଛନ୍ତି ।

   Related Posts