Board ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କାଲକୁଲେଟର ବ୍ୟବହାର ଲାଗି ମିଳିଲା CBSEଙ୍କ ଅନୁମତି

Published By : Prameya-News7 Bureau | January 22, 2020 IST

ନୂଆଦିଲ୍ଲୀ ୨୨।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଚଳିତ ବର୍ଷ ବୋର୍ଡ ପରୀକ୍ଷା ବେଳେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଏ ସମ୍ପର୍କରେ ବୋର୍ଡ ଅଧିକାରୀମାନେ ସୂଚନା ଦେଇଥିବା ବେଳେ ବିଶେଷ ଭାବେ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବେସିକ୍ କାଲକୁଲେଟର ବ୍ୟବହାର ଲାଗି ଅନୁମତି ମିଳିବ ବୋଲି କହିଛନ୍ତି।

{"id":214717,"width":580,"height":436,"sizeSlug":"large"}

ଏ ନେଇ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସଞ୍ଜମ ଭରଦ୍ୱାଜ ସମସ୍ତ ସ୍କୁଲକୁ ପତ୍ର ଲେଖି କେବଳ ସେହି ପିଲାମାନଙ୍କୁ ଯେଉଁମାନେ ବିଶେଷ ଆବଶ୍ୟକତା (ଚିଲ୍ଡ୍ରେନ ୱିଥ ସ୍ପେଶାଲ ନିଡ)କରୁଛନ୍ତି କେବଳ ସେହିମାନଙ୍କୁ ପରୀକ୍ଷାରେ ବେସିକ୍ କାଲକୁଲେଟର ବ୍ୟବହାର କରିପାରିବେ ବୋଲି କହିଛନ୍ତି। ତେବେ ଏଭଳି ସୁବିଧା ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜାନୁୟାରୀ ୨୮ ତାରିଖ ସୁଦ୍ଧା ନିଜନିଜ ସ୍କୁଲକୁ ସୂଚିତ କରିବାକୁ ହେବ।

{"id":214718,"sizeSlug":"large"}

ତେବେ ଏହି ସୁବିଧା କେବଳ ସେହି ଛାତ୍ରଛାତ୍ରୀ ନେଇପାରିବେ ଯେଉଁମାନେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସିଡବ୍ଲୁଏସଏନ କ୍ୟାଟେଗରିରେ ନିଜକୁ ପଞ୍ଜିକୃତ କରିଥିବେ।  ୨୦୨୦ ବର୍ଷ ଲାଗି ଏହି କ୍ୟାଟେଗରି ନିମନ୍ତେ ପଞ୍ଜିକରଣ ସରିଯାଇଛି। ଏଣୁ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନେ ୨୮ ଜାନୁୟାରୀ ସୁଦ୍ଧା ନିଜର ଆବଶ୍ୟକତା ବିଦ୍ୟାଳୟକୁ ଜଣାଇପାରିବେ। ସେହିପରି ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସିବିଏସଇଙ୍କ ସମ୍ବଦ୍ଧିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପ୍ରଦାନ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.