ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

Published By : Prameya-News7 Bureau | May 26, 2018 IST

ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ । ଦିନ ୧୨ଟା ବେଳେ ଫଳ ପକାଶ ପାଇଁ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନିଲ ସ୍ବରୂପ । ସାରା ଦେଶରେ ୪ହଜାର ୧୩୮ ସେଣ୍ଟରରେ ପରୀକ୍ଷା ଦେଇଥିଲେ ୧୧ ଲକ୍ଷ ୮୬ହଜାର ୩୦୬ ଛାତ୍ରଛାତ୍ରୀ । ବୋର୍ଡ଼ର ଅଫିସିଆଲ ଓ୍ବେବସାଇଟ୍ cbseresults.nic.in କିମ୍ବା cbse.nic.in ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଭୁବନେଶ୍ବର ସିବିଏସଇ ରିଜନରେ ଓଡ଼ିଶା,ଛତିଶଗଡ଼ ଓ ପଶ୍ଚିମବଙ୍ଗ ରହିଛି । ଚଳିତ ବର୍ଷ ଭୁବନେଶ୍ବର ରିଜନରୁ ୩୮ ହଜାର ୪୩୫ ଛାତ୍ର ଓ ୨୭ ହଜାର ୩୧୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ଓଡ଼ିଶାର ୧୭ହଜାର ୧୭୯ ଜଣ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.