Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜୁଲାଇରେ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ! ଜୁନ ୧ରେ କେନ୍ଦ୍ର ସହ ଆଲୋଚନା କରିବେ ବରିଷ୍ଠ ଶିକ୍ଷାଧିକାରୀ

10/05/2021 at 8:54 AM

ଭୁବନେଶ୍ୱର,୧୦/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ସିବିଏସ୍‌ଇର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଜୁନ୍‌ରେ କରୋନା ସ୍ଥିତିର ସମୀକ୍ଷା ପରେ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବା ଏବଂ ପରିଚାଳନା କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଯଦି ଜୁଲାଇରେ ପରୀକ୍ଷା କରାଯାଇପାରିବ ନାହିଁ, ତେବେ କିଭଳି ମୂଲ୍ୟାୟନ ଏବଂ ଫଳ ଘାଷଣା ହେବ, ସେ ବାବଦରେ ମଧ୍ୟ ଆଲୋଚନା ହେବ । ତେବେ ଏ ସମସ୍ତ ପ୍ରକ୍ରିୟା ଏକ ମାସରୁ ଅଧିକ ସମୟ ନେଇପାରେ । ଯଦି ଅଗଷ୍ଟ ଶେଷ ସୁଦ୍ଧା ଫଳ ଘାଷଣା କରାନଯାଏ ତେବେ ଛାତ୍ରମାନେ କିପରି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିଶନ ଗ୍ରହଣ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଅପରପକ୍ଷେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ବିଷୟରେ କହିବାବେଳେ ଅନେକ ବିଶେଷଜ୍ଞ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେଇ ଏହାକୁ ବରଖାସ୍ତ କରାଯାଇପାରିବ ନାହିଁ । ଆଗାମୀ ଦିନରେ ପରିସ୍ଥିତିକୁ ଦେଖି ରଣନୀତି ପ୍ରସ୍ତୁତ ହେବ । ତେବେ ଜୁନ୍‌ ୧ ତାରିଖରେ କେନ୍ଦ୍ର ସରକାର ଏବଂ ଶିକ୍ଷା ବିଭାଗର ସଦସ୍ୟମାନେ ପରୀକ୍ଷା ପାଇଁ ନୂତନ ତାରିଖ ଉପରେ ଚୂଡ଼ାନ୍ତ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ସବୁ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ମାସରେ କରିବା ପାଇଁ ଯୋଜନା କରିଥିଲା । ମାତ୍ର କରୋନା ସଂକ୍ରମଣ ରୋକିବା ପାଇଁ ଦଶମ ପରୀକ୍ଷାକୁ ବାତିଲ କରିବା ସହିତ ଦ୍ୱାଦଶକୁ ସ୍ଥଗିତ ରଖାଯାଇଛି । ତେବେ ସିବିଏସ୍‌ଇ ନିକଟରେ ଦଶମ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ମାନଦଣ୍ଡ ଘାଷଣା କରିଛି । ଦଶମ ଫଳ ଜୁନ୍‌ ୨୦ ରେ ପ୍ରକାଶ ପାଇବାକୁ ସ୍ଥିର ହୋଇଛି ।

ଦଶମ ହେଉ କିମ୍ବା ଦ୍ୱାଦଶ ସମସ୍ତ ପରୀକ୍ଷା କ୍ଷେତ୍ରରେ ସିବିଏସ୍‌ଇକୁ ଅନୁକରଣ କରୁଛି ଓଡ଼ିଶା । ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିବା ପରେ ରାଜ୍ୟରେ ମଧ୍ୟ ବିଏସଇ ଅନୁରୂପ ବ୍ୟବସ୍ଥା ଆପଣେଇଛି । ତେଣୁ ଏବେ ସିବିଏସ୍‌ଇ ଦ୍ୱାଦଶ ନେଇ ଯାହା ନିଷ୍ପତ୍ତି ନେବ, ଓଡ଼ିଶାରେ ମଧ୍ୟ ସେହି ନିଷ୍ପତ୍ତି ହେବ । ଯଦି ସାରା ଦେଶରେ ସିବିଏସଇ ଦ୍ୱାଦଶ ପରୀକ୍ଷା କରିବ, ତେବେ ଓଡ଼ିଶାରେ ମଧ୍ୟ ଦ୍ୱାଦଶ ବା ଯୁକ୍ତ ଦୁଇ ପରୀକ୍ଷା ହେବ । ମାତ୍ର ଯଦି କରୋନା ପରିସ୍ଥିତି ଜାରି ରହିବ, ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କଲେ ରାଜ୍ୟ ମଧ୍ୟ ତାହାକୁ ଅନୁକରଣ କରିବ । ତେବେ ଜୁନ୍‌ ପ୍ରଥମ ସପ୍ତାହରେ କରୋନା ସ୍ଥିତି ସମୀକ୍ଷା ପରେ ଯୁକ୍ତ ଦୁଇ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

   Related Posts