Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ବୈଠକରେ ନିଷ୍ପତ୍ତି

1/06/2021 at 7:39 PM

ନୂଆଦିଲ୍ଲୀ, ୦୧/୦୬: ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ସମାଧାନ ହୋଇଛି । ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ୍‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସିବିଏସ୍‌ଇ ଅଧ୍ୟକ୍ଷଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରକାଶ ଜାଭଡ଼େକର ମଧ୍ୟ ସାମିଲ୍‌ ରହିଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି । ଏପରି ପରିସ୍ଥିତିରେ ପିଲାଙ୍କ ଉପରେ ଚାପ ପକାଇବା ଉଚିତ୍‌ ନୁହେଁ ବୋଲି ସେ ଏହି ବୈଠକରେ କହିବା ସହିତ ପିଲାଙ୍କର ଜୀବନକୁ ବିପଦରେ ପାକାଇ ପାରିବୁ ନାହିଁ ବୋଲି କହିଛନ୍ତି । ବୈଠକରେ ସିବିଏସ୍‌ଇର ଅଧିକାରୀଙ୍କୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସଠିକ୍‌ ସମୟରେ ଏବଂ ପରିମାର୍ଜିତ କରି ପ୍ରକାଶ କରିବା ପାଇଁ କୁହାଯାଇଛି ।

ସିବିଏସ୍‌ଇ ଏବଂ କାଉନ୍ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିଶନ୍‌ ବା ସିଆଇଏସ୍‌ସିଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୋଭିଡ୍‌ ସମୟରେ ବାତିଲ୍‌ କରିବାକୁ ପୂର୍ବରୁ ଦାବି କରାଯାଉଛି । ଏହାକୁ ଏନେଇ ପରୀକ୍ଷାର୍ଥୀ ଚିନ୍ତାରେ ରହିଛନ୍ତି ।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଗତ ଏପ୍ରିଲ୍‌ରେ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା । ୨୩ ମେ ରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଏକ ଭିଡିଓ ମେସେଜ୍‌ ଜାରି କରିଥିଲେ । ସେ ଏଥିରେ ଜୁନ୍‌ ୧ କିମ୍ୱା ଏହାର ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ବସିଥିବା ବୈଠକରେ ଆଜି ପରୀକ୍ଷା ବାତିଲ୍‌ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

   Related Posts