Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୪ ହଜାରରୁ ଅଧିକ କରୋନା ପଜିଟିଭ୍
  • ||
  • ପ୍ରଥମେ ନିଶା ଦେଉଥିଲେ, ପରେ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ : ୨ ଜଣଙ୍କୁ ଗିରଫ କଲା ଏନସିବି
  • ||
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ

29/05/2018 at 7:00 AM

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଅପରାହ୍ନ ୪ ଟାରେ ଫଳ ପ୍ରକାଶ ପାଇବା ନେଇ ଟ୍ବିଟ୍ କରି ସୂଚନା ରଖିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନୀଲ ସ୍ୱରୂପ । ଚଳିତ ବର୍ଷ ଦେଶରେ କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ, ସିବିଏସଇ ପରିଚାଳିତ ଦଶମ ପରୀକ୍ଷା ଦେଇଛନ୍ତି ପ୍ରାୟ ୧୬ ଲକ୍ଷ ୩୮ ହଜାର୪୨୦ ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ପରୀକ୍ଷାଫଳ cbse.nic.in ଏବଂ cbseresults.nic.in ୱବେସାଇଟରେ ଉପଲବ୍ଧ ହେବ । ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ରରେ କିଛି ତ୍ରୁଟି ଥିଲା । ତେଣୁ ସେହି ପେପର ଦେଇଥିବା ପରୀକ୍ଷାର୍ଥୀଙ୍କୁ ୨ ନମ୍ବର ଗ୍ରେସ ଦେବାକୁ ନିଷ୍ପତି ହୋଇଥିଲା । ଗତ ୨୬ ତାରିଖରେ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେଥିରେ ମୋଟ ୮୩.୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

   Related Posts