ଆସନ୍ତାକାଲି ସିବିଏସଇ ଦଶମ ରେଜଲ୍ଟ

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ, ୧୪।୦୭:  ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଓ୍ୱାଲ ସୂଚନା ଦେଇଛନ୍ତି ।

wp:html /wp:html

ସେ ଟ୍ୱିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଥିଲା । ୨୦୨୦ ଶିକ୍ଷା ବର୍ଷରେ ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ୯୪.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।ଦେଶରେ ୮୮.୭୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଦ୍ୱାଦଶ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ କୌଣସି ଟପରଙ୍କ ନାମ ଘୋଷଣା କରାଯାଇ ନାହିଁ ।କେନ୍ଦ୍ରମାନବ ସମ୍ବଳ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.