Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

CBSE ବୋର୍ଡ ପରୀକ୍ଷା ୨୦୨୧: ନିର୍ଦ୍ଧାରିତ ସମୟରେ ହେବ ୧୦ମ ଓ ଦ୍ବାଦଶ ପରୀକ୍ଷା, ଖୁବଶୀଘ୍ର ଜାରି ହେବ ସୂଚୀ

20/11/2020 at 9:26 PM

ନୂଆଦିଲ୍ଳୀ ୨୦/୧୧: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ନିଶ୍ଚିତ ହେବ। ପରୀକ୍ଷା ପାଇଁ ସୂଚୀ ମଧ୍ୟ ଖୁବ ଶୀଘ୍ର ପ୍ରକାଶ ପାଇବ। ଏନେଇ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ(ସିବିଏସ୍‌ଇ) ସଚିବ ଅନୁରାଗ ତ୍ରିପାଠୀ ଶୁକ୍ରବାର ଦିନ କହିଛନ୍ତି।

ସିବିଏସଇ ୧୦ମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ମୁଖ୍ୟତଃ ବୋର୍ଡ ଡିସେମ୍ବର ମାସରେ ଡେଟସିଟ୍‌ ଜାରି କରେ। ୨୦୧୯ରେ ବୋର୍ଡ ନଭେମ୍ବରରେ ଡେଟ୍‌ସିଟ୍‌ ପ୍ରକାଶ କରିଥିଲା। କିନ୍ତୁ ୨୦୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ଏଯାଏଁ କୌଣସି ଅପ୍‌ଡେଟ୍‌ ମିଳିପାରି ନାହିଁ।

ଗୋଟିଏ ପଟେ ଛାତ୍ରଛାତ୍ରୀ ଓ ଅଭିଭାବକ ଭାବୁଛନ୍ତି ପରୀକ୍ଷା ୨୦୨୧ ମେ’ ଆଡ଼କୁ ହୋଇପାରେ। କିନ୍ତୁ ଅନ୍ୟପଟେ ବୋର୍ଡର ସାମାନ୍ୟ ଶୈକ୍ଷଣିକ କ୍ୟାଲେଣ୍ଡରରୁ ଜଣାପଡ଼ିଛି ଫେବୃଆରୀ କିମ୍ବା ମାର୍ଚ୍ଚରେ ପରୀକ୍ଷା ହେବ।ଏଥିସହିତ ବୋର୍ଡ ୧୦ମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ଏହି ସମୟରେ ହିଁ ଆୟୋଜନ କରିଥାଏ।

   Related Posts