CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ ତାରିଖ ଘୋଷଣା ହୋଇନାହିଁ
9/07/2020 at 4:26 PM

ଭୁବନେଶ୍ୱର ୦୯/୦୭ : ଜୁଲାଇ ୧୧ ଓ ୧୩ ତାରିଖରେ ପ୍ରକାଶ ପାଇବ CBSE ପରୀକ୍ଷା ଫଳ | ଜୁଲାଇ ୧୧ରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ, ଜୁଲାଇ ୧୩ରେ ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ | ପ୍ରେସ ବିଜ୍ଞପ୍ତିରେ ସିବିଏସସି ସଚିବ ଅନୁରାଗ ତ୍ରିପାଠୀ ସୂଚନା ଦେଇଥିବା ଜଣାପଡିଥିଲା | ଏନେଇ ବୋର୍ଡର ଅଫିସିଆଲ ୱେବସାଇଟରେ ନୋଟିଫିକେସନ ଜାରି କରାଯାଇଛି ବୋଲି ସୋସିଆଲ ମିଡ଼ିଆରେ ଖବର ପ୍ରସାରଣ ହୋଇଛି | ବୋର୍ଡ ଗତ ମାସରେ ସୂଚନା ଦେଇଥିଲେ ଯେ ପରୀକ୍ଷା ଫଳାଫଳ ଏବେ ବିନା ପରୀକ୍ଷା ଆୟୋଜନ କରି ଜୁଲାଇ ୧୫ ତାରିଖ ସୁଦ୍ଧା ଜାରି କରାଯିବ |
କିନ୍ତୁ ଏହି ସୂଚନା ଭୁଲ ବୋଲି ଜଣାପଡିଛି | ସୋସିଆଲ ମିଡ଼ିଆରେ CBSE ଫଳାଫଳ ତାରିଖ ଘୋଷଣା ଫେକ୍ ବୋଲି ଜଣାପଡିଛି | ଟାଇମ୍ସ୍ ଅଫ୍ ଇଣ୍ଡିଆ ସୂଚନା ଅନୁଯାୟୀ, ଏବେ ସୁଦ୍ଧା CBSE ଦଶମ ଓ ଦ୍ୱାଦଶ ଫଳାଫଳ ତାରିଖ ଘୋଷଣା ହୋଇନାହିଁ |