Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଲକ୍‌ଡାଉନ୍‌ ପାଇଁ ଜିଲ୍ଲା ଛାଡିଥିବା ପିଲାଙ୍କୁ ମିଳିବ ସୁଯୋଗ, ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ଛାତ୍ରଛାତ୍ରୀ

3/06/2020 at 1:44 PM

ଭୁବନେଶ୍ୱର ୦୩।୦୬ : କେନ୍ଦ୍ରୀୟ ମାଧ୍ୟମକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ଓ ଦଶମ ଶ୍ରେଣୀର ବାକି ଥିବା ବିଷୟର ପରୀକ୍ଷା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ଲକ୍‌ଡାଉନ୍‌ ପାଇଁ ଛାତ୍ରଛାତ୍ରୀ ଯେଉଁଠି ଥିବେ ସେଇଠି ହିଁ ପରୀକ୍ଷା ଦେଇପାରିବେ । ଏହା ବ୍ୟତୀତ୍‌ ଆଉ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ ନାହିଁ । ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ । ଲକ୍‌ଡାଉନ୍‌ ପାଇଁ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ନେଇ ସିବିଏସ୍‌ଇ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି ।

କୋଭିଡ୍‌-୧୯ ସଙ୍କଟ ପାଇଁ ସାରା ଦେଶରେ ସିବିଏସ୍‌ଇ ଦ୍ୱାଦଶ ଓ ନର୍ଥ ଇଷ୍ଟ ଦିଲ୍ଲୀରେ ଦଶମ ଶ୍ରେଣୀ ପିଲାଙ୍କ କିଛି ପରୀକ୍ଷା ସ୍ଥଗିତ କରାଯାଇଥିଲା । ଗତ ୧୮ ତାରିଖରେ ଜୁଲାଇ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବାକି ଥିବା ସବୁ ପରୀକ୍ଷା କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ସୂଚନା ଦେଇଥିଲେ । ହେଲେ ଲକ୍‌ଡାଉନ୍‌ ପାଇଁ ବହୁ ଛାତ୍ରଛାତ୍ରୀ ପୂର୍ବରୁ ଦେଉଥିବା ପରୀକ୍ଷା କେନ୍ଦ୍ରଠୁ ଦୂରରେ ଅଛନ୍ତି । ତେଣୁ କିଭଳି ପିଲାମାନେ ପରୀକ୍ଷା ଦେବେ ଆଶଙ୍କା ଦେଖାଦେଇଥିଲା । ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଆଜି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ପିଲାଙ୍କ ସ୍ଥାନାନ୍ତର ପାଇଁ ଆଉ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବନି । ସ୍କୁଲରେ ପରୀକ୍ଷା ହେବ । ତେଣୁ ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ସେହିଭଳି ଯେଉଁ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯାଇଛନ୍ତି ସେମାନେ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ । ଏଥିପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ସିବିଏସ୍‌ଇ ଅନୁମୋଦିତ ସ୍କୁଲକୁ ନୋଡାଲ୍‌ ସେଣ୍ଟର କରାଯିବ । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲ୍‌ରେ ରହୁଥିବେ ସେମାନଙ୍କୁ ଏହି ସୁଯୋଗ ମିଳିବ । ନିଜ ସ୍କୁଲ ଥିବା ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ର ବଦଳାଇପାରିବେ । ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ଛାଡ଼ି ଅନ୍ୟ ସ୍ଥାନକୁ ଯାଇଥିଲେ, ସେମାନେ ବି ଏଥିପାଇଁ ଆବେଦନ କରିପାରିବେ । ଯଦି ଜଣେ ଥରେ କେନ୍ଦ୍ର ପରିବର୍ତ୍ତନ କରିଦେଲେ, ସେମାନଙ୍କୁ ଦ୍ୱିତୀୟ ଥର କେନ୍ଦ୍ର ପରିବର୍ତ୍ତନ କରିବାକୁ ଅନୁମତି ମିଳିବ ନାହିଁ ।

କେନ୍ଦ୍ର ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀମାନେ ସିଧାସଳଖ ଆବେଦନ କରିପାରିବେ ନାହିଁ । ଏଥିପାଇଁ ସେମାନେ ସ୍କୁଲକୁ ଜଣାଇବେ ଓ ସ୍କୁଲ କର୍ତ୍ତୃପକ୍ଷ ଏଥିଲାଗି ଆବେଦନ କରିବେ । ଆସନ୍ତାକାଲି ଅର୍ଥାତ୍‌ ୩ ତାରିଖରୁ ୯ ତାରିଖ ଯାଏ ସ୍କୁଲଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିବେ । ଏହି ସମୟରେ ହିଁ ଛାତ୍ରଛାତ୍ରୀମାନେ କେନ୍ଦ୍ର ବଦଳାଇବାକୁ ଚାହୁଁଥିଲେ ସେମାନେ ସ୍କୁଲକୁ ଜଣାଇବେ । ୩ ତାରିଖରୁ ୧୧ ତାରିଖ ଭିତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଆବେଦନର ତଥ୍ୟ ଅପଲୋଡ୍‌ କରିବେ । ଘରୋଇ ଛାତ୍ରଛାତ୍ରୀମାନେ ୩ରୁ ୧୧ ତାରିଖ ଭିତରେ ଆବେଦନ କରିବେ । ୧୬ରେ ସିବିଏସ୍‌ଇ ପକ୍ଷରୁ କେନ୍ଦ୍ର ପରିବର୍ତ୍ତନର ସୂଚନା ଦିଆଯିବ । ସ୍କୁଲ ପକ୍ଷରୁ ୧୬ରୁ ୧୮ ତାରିଖ ଯାଏ ଛାତ୍ରଛାତ୍ରୀଙ୍କୁ କେଉଁ କେନ୍ଦ୍ରରେ ପରୀକ୍ଷା ହେବ ତାହା ଜଣାଇବେ । ଛାତ୍ରଛାତ୍ରୀମାନେ ନିଜ ନୂଆ ପରୀକ୍ଷା କେନ୍ଦ୍ରର ଲୋକେସନ୍‌ ୨୦ ତାରିଖରୁ ‘ଏକାଜମିନେସନ୍‌ ସେଣ୍ଟର ଲୋକେଟର୍‌ ଅଫ୍‌ ସିବିଏସ୍‌ଇ’ ମୋବାଇଲ୍‌ ଆପ୍‌ ସାହାଯ୍ୟରେ ଚେକ୍‌ କରିପାରିବେ ।

ବିଜ୍ଞପ୍ତି ଅନୁସାରେ, ଛାତ୍ରଛାତ୍ରୀମାନେ ସମାନ ଜିଲ୍ଲାରେ କେନ୍ଦ୍ର ବଦଳାଇପାରିବେ ନାହିଁ । ଯଦି ଛାତ୍ରଛାତ୍ରୀ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇଥିବେ, ସମ୍ପୃକ୍ତ ଜିଲ୍ଲାରେ ସିବିଏସ୍‌ଇ ଅନୁମୋଦିତ ସ୍କୁଲ ଥିଲେ ହିଁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ । ନଚେତ୍‌ ସେମାନେ ପଡ଼ୋଶୀ ଜିଲ୍ଲାରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ସାରା ଦେଶରେ ୮ଟି ରାଜ୍ୟର ୧୭ଟି ଜିଲ୍ଲାରେ କୌଣସି ସିବିଏସ୍‌ଇ ଅନୁମୋଦିତ ସ୍କୁଲ ନଥିବାରୁ ଏସ୍ଥାନରେ ପରୀକ୍ଷା କେନ୍ଦ୍ର ହେବନି । ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ମଧ୍ୟ ପରୀକ୍ଷା କେନ୍ଦ୍ର ହେବନି । ସେଠାରେ ଥିବା ପିଲାମାନେ ଜୋନ୍‌ ବାହାରେ ଥିବା କେନ୍ଦ୍ରରେ ପରୀକ୍ଷା ଦେବେ । ଦେଶ ବାହାରେ ଥିବା ସିବିଏସ୍‌ଇ ଅନୁମୋଦିତ ସ୍କୁଲରେ ପଢୁଥିବା ପିଲାଙ୍କ ପରୀକ୍ଷା ହେବନି । ସେମାନଙ୍କ ଫଳଫଳ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ୍‌ ସ୍କିମ୍‌ ଦ୍ୱାରା କରାଯିବ । ସେହିଭଳି ଯେଉଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସ୍କ୍ରାଇବ୍‌ ଆବଶ୍ୟକ, ସେମାନଙ୍କ ପରୀକ୍ଷା ହେବନି । କାରଣ ଏହାଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ ନାହିଁ ।

ତେଣୁ ଏହି ଛାତ୍ରଛାତ୍ରୀ ଫଳ ମଧ୍ୟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ସ୍କିମ୍‌ ହିସାବରେ କରାଯିବ ।
ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନେ ଯେଭଳି ସୁରକ୍ଷିତ ଭାବେ ପରୀକ୍ଷା ଦେବେ ସେଥିପାଇଁ ପୂର୍ବରୁ ଗାଇଡ୍‌ଲାଇନ୍‌ ଜାରି କରିଛି ସିବିଏସ୍‌ଇ । ଗାଇଡ୍‌ଲାଇନ୍‌ ଅନୁସାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜର ଆଣିବେ । ସମସ୍ତେ ମାସ୍କ୍‌ ବ୍ୟବହାର କରିବେ । ନିଜ ସାଥୀରେ ସ୍ୱଚ୍ଛ ପାଣି ଆଣିବେ । ସାମାଜିକ ଦୂରତା ଅବଲମ୍ବନ କରିବେ । ପିଲାମାନେ ସୁସ୍ଥ ଅଛନ୍ତି କି ନାହିଁ ସେସମ୍ପର୍କରେ ଅଭିଭାବକ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ଏହାସହ ଅଭିଭାବକମାନେ ପିଲାଙ୍କୁ କରୋନା ସଂକ୍ରମଣ ରୋକିବାକୁ ସତର୍କ କରାଇବେ । ଗାଇଡ୍‌ଲାଇନ୍‌ ପାଳନ କରିବାକୁ ପରୀକ୍ଷାକେନ୍ଦ୍ରର ଅଧିକାରୀମାନେ ବାଧ୍ୟ ।

   Related Posts