ସିବିଏସସି ଜାରି କଲା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସାମ୍ପଲ ପେପର, କେମିତି ଡାଉନଲୋଡ଼ କରିବେ ଜାଣନ୍ତୁ
19/01/2019 at 3:29 PM

ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକଣ୍ଡାରୀ ଏଡୁକେସନ ବା ସିବିଏସସି ନିକଟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସାମ୍ପଲ ପେପର ପ୍ରକାଶ କରିଛି | ଏଥିପାଇଁ ସିବିଏସସି ନୋଟିଫିକେସନ ଜାରି କରିଛି | ଛାତ୍ର ବୋର୍ଡର ଅଫିସିଆଲ ୱେବସାଇଟକୁ ଯାଇ ଏହି ସାମ୍ପଲ ପେପର ଡାଉନଲୋଡ଼ କରିପାରିବେ | ପୂର୍ବରୁ ବୋର୍ଡ ୨୦୧୯ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ବଦଳାଇଥିଲା | ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ଅଫିସିଆଲ ୱେବସାଇଟ cbse.nic.in. ରେ ଦିଆଯାଇଛି | କେଉଁ କେଉଁ ପରୀକ୍ଷା ତାରିଖ ପରିବର୍ତନ ହୋଇଛି ଆପଣ ନିଜେ ଚେକ କରିପାରିବେ |
ନୂଆ ୱେବସାଇଟ ସିଟ ଅନୁସାରେ କମ୍ପ୍ୟୁଟର ସାଇନ୍ସ ଏବଂ ଇନଫରମେଟିକ୍ସ ପ୍ରାକ୍ଟିସ ପରୀକ୍ଷା ଏପ୍ରିଲ ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି | ଏହାପୂର୍ବରୁ ଏହି ପରୀକ୍ଷା ମାର୍ଚ୍ଚ ୨୮ ତାରିଖ ହେବ ବୋଲି ଘୋଷଣା କରାଯାଇଥିଲା | ଫିଲୋସଫି, ଆନ୍ତରପ୍ରିନ୍ୟୋରସିପ, ହ୍ୟୁମାନ ରାଇଟ୍ସ ଆଣ୍ଡ ଜେଣ୍ଡର ଷ୍ଟଡ଼ିଜ, ଥିଏଟର ଷ୍ଟଡ଼ିଜ, ଲାଇବ୍ରେରୀ ଏବଂ ଇନଫର୍ମେଶନ ସାଇନ୍ସ ପରୀକ୍ଷା ଏପ୍ରିଲ ୨ ତାରିଖରେ ହେବାକୁ ଥିଲା | ଏହି ସବୁ ପରୀକ୍ଷା ତାରିଖ ଘୁଂଚି ୪ ତାରିଖରେ ହେବ ବୋଲି ଘୋଷଣା ହୋଇଛି |