ଆସିପାରେ କରୋନାର ତୃତୀୟ ଲହର, ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ

Published By : Prameya-News7 Bureau | June 21, 2021 IST

ଭୁବନେଶ୍ୱର ୨୧।୦୬: ପୃଥିବୀର ଅନେକ ଦେଶରେ ତୃତୀୟ ଲହର ଆସିଛି । ଅନେକ ଦେଶରେ ବି ଆସିନି ଏ ପର୍ଯ୍ୟନ୍ତ । ତେଣୁ ତୃତୀୟ ଲହର ପାଇଁ ଆମ ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ । କେତେକ ଦେଶରେ ହୋଇଛି ଆମର ବି ହୋଇପାରେ ବୋଲି କହିଛନ୍ତି ଡ଼ିଏମଇଟି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡେଲଟା ପ୍ଲାସ ଭେରିଆଣ୍ଟ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି । ଆଗକୁ ଯଦି କିଏ ଏମିତି ଚିହ୍ନଟ ହେବେ, ତେବେ ତୁରନ୍ତ ସେମାନଙ୍କୁ  ଆଇସୋଲେଟ କରାଗଲେ ଡେଲଟା ପ୍ଲାସ ଭେରିଆଣ୍ଟ ବିଶେଷ କ୍ଷତି କରିବ ନାହିଁ ।

ସେହିପରି  ଖୁବଶୀଘ୍ର ସମସ୍ତଙ୍କୁ ଟିକାକରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଥିପାଇଁ ଯାହା ଭିତ୍ତିଭୂମି ଦରକାର, ତାକୁ ଆମେ ପ୍ରସ୍ତୁତ କରି ରଖିଛୁ । ଭ୍ୟାକ୍ସିନେସନ ସେଣ୍ଟର ବି ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ କରି ରଖିଛୁ । ଭ୍ୟାକ୍ସିନେଟର ଆମର ଯଥେଷ୍ଟ ପରିମାଣର ଅନୁଭବ ହୋଇସାରିଛନ୍ତି ।  ଆଗକୁ ଆହୁରି ଅନେକଙ୍କୁ ଏଦିଗରେ ପ୍ରସ୍ତୁତ କରାଯିବ ।

ବର୍ତ୍ତମାନ କେବଳ ନିର୍ଭର କରୁଛି, ଆମେ କେତେ ପରିମାଣର ଟିକା ପାଇବୁ । ଟିକା ମିଳିବା ଅନୁସାରେ ଆମେ ଟିକାକରଣ କରିପାରିବା । ଉପାନ୍ତ ଅଞ୍ଚଳରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ଆମ ସମସ୍ତଙ୍କର ଦାୟିତ୍ୱ ତେଣୁ ଆମେ ସମସ୍ତେ ଚାଲନ୍ତୁ ସେମାନଙ୍କୁ ସଚେତନ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.