ଭୁବନେଶ୍ୱର ୨୪।୦୪: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସ୍ଥିତି ଭଲ ଅଛି। ଖାସ୍ କରି ପଶ୍ଚିମ ଓଡିଶାରେ ସ୍ଥିତିରେ ସୁଧାର ଆସିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବେଡ଼ ମହଜୁଦ ରହିଛି। ଯେଉଁଠି ଆବଶ୍ୟକ ଅଧିକ ବେଡ଼ ସୃଷ୍ଟି କରାଯାଉଛି। ଅକ୍ସିଜେନ ରାଜ୍ୟରେ ଉପଯୁକ୍ତ ପରିମାଣର ରହିଛି। କେଭିଡ କେୟାର ସେଣ୍ଟରରେ ବି ଅକ୍ସିଜେନ ବ୍ୟବସ୍ଥା କରାଯାଉଛି। ମେ ମାସବେଳକୁ ପିକରେ ରହିବାର ସମ୍ଭାବନା ରହିଛି। ବିଚଳିତ ହୋଇ ଡାକ୍ତରଖାନାକୁ ଆସନ୍ତୁ ନାହିଁ। ଜଣେ ରୋଗୀ ଆସିଲେ ତାଙ୍କ ସହ ଅନ୍ୟମାନେ ଡାକ୍ତରଖାନାରେ ଭିଡ଼ କରନ୍ତୁ।