Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ସୁଶାନ୍ତ ସିଂହ ମାମଲାରେ ଆଇପିଏସ ଅଧିକାରୀ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କଲା ସିବିଆଇ

6/08/2020 at 7:33 PM

ମୁମ୍ବାଇ ୦୬/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଔପଚାରିକ ଭାବେ ଏଫଆଇଆର ରୁଜ୍ଜୁ କରିଛି | ସିବିଆଇ ଦ୍ୱାରା ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି | ମାମଲାରେ ଗୁଜରାଟ କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି | ଗୁଜରାଟ କ୍ୟାଡର ମହିଳା ଆଇପିଏସ ଗଗନଦୀପ ଗମ୍ଭୀର ମଧ୍ୟ ଏହି ଟିମରେ ଅଛନ୍ତି | ସେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି |

ଏହି ମାମଲାରେ ସିବିଆଇ ଟିମ ଖୁବ ଶୀଘ୍ର ଅନେକ ଲୋକେସନରେ ସର୍ଚ୍ଚ ଅପରେସନ କରିବେ | ଏହାସହ ଫରେନସିକ ପ୍ରମାଣ ଏକାଠି କରି ତାକୁ CFSL ଲ୍ୟାବରେ ଯାଞ୍ଚ କରିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ କରିବେ | ଏହି ମାମଲାରେ ତମାମ ପ୍ରମାଣ ସବୁକୁ ଶୀଘ୍ର ଏକାଠି କରିବା ଆବଶ୍ୟକ କାରଣ ସିବିଆଇ ଯାଞ୍ଚ ରିପୋର୍ଟ ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟର ଯାଞ୍ଚ ନିର୍ଧାରିତ | ସିବିଆଇ ଓ ଇଡି ଉଭୟ ଯାଞ୍ଚ ଏଜେନ୍ସିର କାମ କରିବା ତରିକା ଏବଂ ବିଶେଷତ୍ୱ ଭିନ୍ନ ଭିନ୍ନ | 

୧୯୯୪ ବ୍ୟାଚର ମନୋଜ ଶଶୀଧର ଗୁଜରାଟ କ୍ୟାଡ଼ରର ଆଇପିଏସ ଅଧିକାରୀ ଅଛନ୍ତି ଏବଂ ବର୍ତ୍ତମନ ସଂଯୁକ୍ତ ନିର୍ଦେଶକ ପଦବୀରେ କାର୍ଯ୍ୟରତ ଅଛନ୍ତି | ଗୁଜରାଟରେ ମନୋଜ ଶଶୀଧର ଗୁଇନ୍ଦା ବିଭାଗରେ ଏଡିସନାଲ ଡିଜି ଥିଲେ | ସେ ପୂର୍ବରୁ କମିଶନର ମଧ୍ୟ ଥିଲେ | ଏହାସହ ସେ ପୂର୍ବରୁ ଅନେକ ମହତ୍ଵପୁର୍ଣ ପଦବୀରେ ମଧ୍ୟ ଥିଲେ |

   Related Posts