Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା ପରେ କ୍ଷମା ମାଗିଲେ ଏମ୍.ନାଗେଶ୍ୱର ରାଓ

12/02/2019 at 10:22 AM

ନୂଆଦିଲ୍ଲୀ ୧୨|୨:  ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ କ୍ଷମା ମାଗିଲେ ଏମ୍  ନାଗେଶ୍ୱର ରାଓ। ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର୍  ଏମ୍  ନାଗେଶ୍ୱର ରାଓ ନିଜର ଭୁଲ ପାଇଁ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ସେ ଅନ୍ତରୀଣ ମୁଖ୍ୟ ଥିବା ବେଳେ ବିହାର ସେଲଟର ହୋମ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିନା ବଦଳି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। 

ଏହା ସହିତ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ପୂର୍ବରୁ ଶ୍ରୀ ରାଓ ଗତକାଲି ଏକ ସତ୍ୟପାଠ ଜରିଆରେ କ୍ଷମା ନିବେଦନ କରିଛନ୍ତି। ଶ୍ରୀ ରାଓ ନିଜ ସତ୍ୟପାଠରେ ଲେଖିଛନ୍ତି ଯେ “ମୁଁ ମୋର ଭୁଲ ବୁଝି ପାରିଛି। ତେଣୁ ଏବେ ନିଃସର୍ତ୍ତ କ୍ଷମା ମାଗୁଛି। ମୁଁ କେବେ ହେଲେ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହିଁ।”

ଗତ ଗୁରୁବାର କୋର୍ଟ ବିହାରର ମୁଜାଫରପୁର ଶେଲଟର ହୋମର ଶୁଣାଣି କରିବା ବେଳେ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ ।

   Related Posts