Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ ସିବିଆଇ, ଭଉଣୀ ମିତୁ ସିଂଙ୍କୁ ସମନ ଜାରି

30/08/2020 at 2:30 PM

ମୁମ୍ବାଇ ୩୦।୮: ସୁଶାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ । ଲଗାତାର ତିନି ଦିନ ଧରି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖାଯାଇଛି । ବର୍ତ୍ତମାନ ସିବିଆଇ ନିଷ୍ପତ୍ତି ନେଇଛି ଯେ, ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ସିଦ୍ଧାର୍ଥଙ୍କୁ ପଚରାଉଚରା କରାଯିବ । ଏହାସହ ଆବଶ୍ୟକ ହେଲେ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ତାଙ୍କ ସମ୍ମୁଖକୁ ଅଣାଯିବ ।

ମିଳିଥିବା ସୂଚନା ଅନୁସାରେ ମିତୁ ସିଂ ଜୁନ୍ ୮ରୁ ଜୁନ୍ ୧୩ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ରହିଥିଲେ। ମିତୁଙ୍କୁ ସେହି ଦିନର ଘଟଣା ବିଷୟରେ ପଚରାଯିବ । ଏହା ବ୍ୟତୀତ ମିତୁଙ୍କ ସହ ସିଦ୍ଧାର୍ଥ ପିଠାନୀ, ଦୀପେଶ ଏବଂ ନୀରଜଙ୍କ ସହ ମଧ୍ୟ ସାମ୍ନାସାମ୍ନି ଜେରା କରାଯାଇପାରେ ।

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ନିଶାସକ୍ତ ଅବସ୍ଥାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ରିୟା ଚକ୍ରବର୍ତ୍ତୀ। ଏ ସଂପର୍କରେ ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ସିଦ୍ଧାର୍ଥଙ୍କୁ ପଚରାଉଚରା କରିବ ସିବିଆଇ ।

ମିଳିଥିବା ସୂଚନା ଅନୁସାରେ ରିୟା, ତାଙ୍କ ଭାଇ ଶୋଭିକ୍, ସୁଶାନ୍ତଙ୍କ କର୍ମଚାରୀ ନୀରଜ, କେଶବ, ଦୀପେଶ, ବନ୍ଧୁ ସିଦ୍ଧାର୍ଥ ପିଠାନୀ ଏବଂ ରଜତ ମେୱାତୀଙ୍କୁ ଆଉ କିଛି ଦିନ ପଚରାଉଚରା କରାଯିବ। ଏପର୍ଯ୍ୟନ୍ତ ପଚରାଯାଇଥିବା ପ୍ରଶ୍ନରେ ସିବିଆଇ ପୂର୍ବ ପ୍ରଶ୍ନର ପୁନରାବୃତ୍ତି କରିଛି । ଫଳରେ ଯଦି କାହାର ଉତ୍ତରରେ କିଛି ଫରକ ଥାଏ ତେବେ ସେମାନେ ଧରାପଡିପାରନ୍ତି ।

   Related Posts