ସିବିଆଇ ବନାମ ସିବିଆଇ : ଆସ୍ଥାନାଙ୍କ ବିରୁଦ୍ଧରେ ଦୃଢ଼ ପ୍ରମାଣ ଥିବା ଦାବି କଲେ ପୂର୍ବତନ ତଦନ୍ତ ଅଧିକାରୀ

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮/୨: ସିବିଆଇ ବନାମ ସିବିଆଇ ଦୁର୍ନୀତି ମାମଲାରେ ଶୁକ୍ରବାର ଦିଲ୍ଲୀର ସ୍ପେଶାଲ କୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଚାର୍ଜଶିଟକୁ ନେଇ ବର୍ତ୍ତମାନର ଏବଂ ପୂର୍ବତନ ତଦନ୍ତ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ବର୍ତ୍ତମାନର ତଦନ୍ତ ଅଧିକାରୀ ସତୀଶ ଡାଗର ପୂର୍ବତନ ତଦନ୍ତ ଅଧିକାରୀ ଏକେ ବସ୍ସିଙ୍କ ବିରୋଧରେ ପକ୍ଷପାତ ତଦନ୍ତର ଅଭିଯୋଗ କରିଛନ୍ତି। ଏକେ ବସ୍ସି କହିଛନ୍ତି ଯେ ସତୀଶ ଡାଗର ପୂର୍ବତନ ସ୍ପେଶାଲ ସିବିଆଇ ନିର୍ଦେଶକ ରାକେଶ ଅସ୍ଥାନାଙ୍କୁ କ୍ଲିନଚିଟ ଦେବାର ନିଷ୍ପତ୍ତି କରିଛନ୍ତି। ଆସ୍ଥାନାଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି,କିନ୍ତୁ ତଥାପି ତାଙ୍କ ଫୋନ୍ ଜବତ ହୋଇନାହିଁ କି ତାଙ୍କର ଅନ୍ୟାନ୍ୟ ଇଲୋକ୍ଟୋନିକ୍ ଡିଭାଇସ୍ ନିଆଯାଇଛି।

ବସ୍ସି କହିଛନ୍ତି ଯେ ଲାଞ୍ଚଖୋର ମାମଲାରେ ବର୍ତ୍ତମାନର ତଦନ୍ତ ଅଧିକାରୀ ସିବିଆଇର ପୂର୍ବତନ ବିଶେଷ ନିର୍ଦେଶକ ରାକେଶ ଆସ୍ଥାନା ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ବସ୍ସି ଦାବି କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ମନୋଜ ପ୍ରସାଦ ୨୦୧୮ମସିହା ଅକ୍ଟୋବରରେ ପଚରାଉଚୁରା ସମୟରେ ସେହି ସବୁ ବଡ଼ ନାଁର ଖୁଲାସା କରିଥିଲେ,କିନ୍ତୁ ଡାଗର ତଥାପି ସେହି ଲୋକଙ୍କୁ ପଚରାଉଚୁରା କରିନଥିଲେ।

ସିବିଆଇ ରାକେଶ ଆସ୍ଥାନାଙ୍କ ବିରୋଧରେ ୨୦୧୮ମସିହା ଅକ୍ଟୋବରରେ ମାମଲା ରୁଜୁ କରିଥିଲେ। ତାଙ୍କ ବିରୋଧରେ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଲାଞ୍ଚ ନେବା ଅଭିଯୋଗ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.