Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, ବୁଧବାର ହେବ ଟିଆଇ ପରେଡ

2/03/2021 at 5:50 PM

ଭୁବନେଶ୍ବର ୨।୩: ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ  ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଆସନ୍ତା ୪ ଓ ୫ତାରିଖ ଦୁଇ ଦିନ ପାଇଁ  ରିମାଣ୍ଡ ପ୍ରଦାନ କରିଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ବିବନକୁ ୫ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର  ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ  ଆବେଦନ କରିଥିଲା  ସିବିଆଇ ।

ସେପଟେ ଆସନ୍ତାକାଲି ଜେଲରେ ଥିବା ବିବନର ଟିଆଇ ପରେଡ ହେବ । ବିବନର ଟିଆଇ ପରେଡ ପାଇଁ ମଧ୍ୟ ଅନୁମତି ମିଳିଛି । ଏହି ସମୟରେ ପୀଡିତା ଅଞ୍ଜନା ମିଶ୍ର ମଧ୍ୟ ଉପସ୍ଥିତ ରହିବେ । ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ ହେବ ।

ବିବନଙ୍କୁ  ଦୁଇଦିନିଆ ରିମାଣ୍ଡରେ ନେଇ ସେଦିନର ସେହି ଘଟଣାସ୍ଥଳକୁ ମଧ୍ୟ ନେଇ ପାରେ ସିବିଆଇ । ତେଣୁ  ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ  ପରଦା ହଟାଇବାକୁ ସିବିଆଇ  ଟିମ୍‌ ଚେଷ୍ଟା କରିବ । କମିସନରେଟ ପୋଲିସର  ସ୍ବତନ୍ତ୍ର ଟିମ୍‌  ଅପରେସନ ‘ସାଇଲେଣ୍ଟ  ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା  ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ । ବର୍ତ୍ତମାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ ।

୧୯୯୯ ମସିହା ଜାନୁଆରୀ ୯ ତାରିଖରେ  ଘଟିଥିଲା  ଏହି ଘଟଣା । ୨୨ ବର୍ଷ  ଭିତରେ ମାମଲାରେ ଗିରଫ  ଅନେକ ଅପରାଧୀଙ୍କ  ମୃତ୍ୟୁ  ମଧ୍ୟ ହୋଇ ସାରିଲାଣି । ଏପରିକି ମାମଲାର ଜଡିତ ବହୁ ସାକ୍ଷୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି  ।

   Related Posts