ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା

Published By : Prameya-News7 Bureau | March 05, 2021 IST

ବାରଙ୍ଗ ୫।୩: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବିନ ବିଶ୍ବାଳଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶୁକ୍ରବାର ସକାଳ ୬ଟା ଅଭିଯୁକ୍ତ ବିବିନକୁ ନେଇ ଦୁଷ୍କର୍ମ ଘଟଣାର ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ସିବିଆଇ ଟିମ୍ ସହିତ ସ୍ଥାନୀୟ ପୋଲିସ ଅଭିଯୁକ୍ତ ବିବନକୁ ସାଥିରେ ନେଇ ପୁରୀ ମୁଖ୍ୟ ନାଳ କଡେ କଡେ ଯାଇଥିଲେ । ବାରଙ୍ଗ ବ୍ଲକ ମଧୁସୁଦନପୁର ଗାଁ ପଛପଟେ ଥିବା ଏକ ଚାଷ ଜମି ଭିତରକୁ ଯାଇଥିଲେ । 

{"id":418151,"sizeSlug":"large","linkDestination":"none"}

ଘଟଣା ବେଳେ ପ୍ରଥମେ ଏହି ସ୍ଥାନକୁ ଅଞ୍ଜନାଙ୍କୁ ଆଣିଥିଲେ ଦୁଷ୍କର୍ମକାରୀ । ଏଠାରେ ଥିବା ଚାଷ ଜମିରେ ୩ ଜଣ ଅପରାଧୀ ବିବନ ବିଶ୍ବାଳ, ଟୁନା ମହାନ୍ତି ଓ ପଦିଆ ସାହୁ ମିଶି ଦୁଷ୍କର୍ମ କରିଥିଲେ । ଏହାପରେ ବିବନ ନିଜ ଘରକୁ ଚାଲିଯାଇଥିଲେ ।  ପରେ ପଦିଆ ଆଉ ଟୁନା ମିଶି ଅଞ୍ଜନାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ ।

{"id":418152,"sizeSlug":"large","linkDestination":"none"}

ବାରଙ୍ଗ ତ୍ରିଶୁଳିଆ ଛକଠାରେ ଥିବା ଏକ ଢାବାରେ ଅଞ୍ଜନା ଓ ତାଙ୍କ ସହଯୋଗୀ ରାତ୍ରି ଭୋଜନ କରୁଥିବା ବେଳେ ବିବନ, ଟୁନା ଓ ପଦିଆ ସେଠାରେ ମଦ୍ୟପାନ କରୁଥିଲେ । ନିଶାଶକ୍ତ ଅବସ୍ଥାରେ ଅଞ୍ଜନା ଓ ତାଙ୍କ ସହଯୋଗୀଙ୍କୁ ସେମାନେ ଟାର୍ଗେଟ କରିଥିଲେ । ରାତ୍ରି ଭୋଜନ ସାରି ଅଞ୍ଜନା ଭୁବନେଶ୍ବରକୁ ଫେରିବା ବେଳେ ୩ ଅଭିଯୁକ୍ତ ବାରଙ୍ଗ ଷ୍ଟେସନ ନିକଟରେ ତାଙ୍କ କାରକୁ ଅଟକାଇ ଡ୍ରାଇଭରଙ୍କୁ ମାରପିଟ କରିଥିଲେ ।

{"id":418156,"sizeSlug":"large","linkDestination":"none"}

ଅପରାଧୀମାନେ ଅଞ୍ଜନାଙ୍କ କାରକୁ ନିଜେ ଡ୍ରାଇଭିଂ କରି ଘଟଣାସ୍ଥଳକୁ ଆଣିଥିଲେ । ସେଠାରେ ୩ଜଣ ମିଶି ଦୁଷ୍କର୍ମ କରିବା ପରେ ବିବନ ସେଠାରୁ ନିଜ ଘରକୁ ଚାଲିଯାଇଥିଲା । ଏହାପରେ ଅନ୍ୟ ଦୁଇ ଜଣ ଅପରାଧୀ ଅଞ୍ଜନାଙ୍କୁ ଭାଲୁଙ୍କା ନିକଟସ୍ଥ ଏକ ଭଙ୍ଗା ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ।

{"id":418154,"sizeSlug":"large","linkDestination":"none"}

ତେବେ ବିବନ ବିଶ୍ବାଳକୁ ତାଙ୍କ ପଞ୍ଚାୟତର ୨ ଜଣ ବ୍ୟକ୍ତି ଚିହ୍ନଟ କରିବା ପରେ ବାରଙ୍ଗ ଥାନାରୁ ବିବନଙ୍କୁ ପୁଣି ସିବିଆଇ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.