ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ ପ୍ରୟାଗରାଜରେ ପହଞ୍ଚିଲା ୫ ସଦସ୍ୟ ସିବିଆଇ ଟିମ୍

Published By : Prameya-News7 Bureau | September 23, 2021 IST

ପ୍ରୟାଗରାଜ ୨୩/୦୯ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଟିମ ପ୍ରୟାଗରାଜରେ ପହଞ୍ଚିଛି। ଏହି ଟିମରେ ୫ ସଦସ୍ୟ ଅଛନ୍ତି। କେସ ହେଣ୍ଡଓଭର ନେବା ପୂର୍ବରୁ ସିବିଆଇ ଟିମ ମାମଲାର ସୂଚନା ନେଇଛି। ସିବିଆଇ ଏଫଆଇଆର କପି ନେବାକୁ ପୋଲିସଲାଇନରେ ପହଞ୍ଚିଛି। ପୋଲିସଲାଇନରେ ଏସଆଇଟି ଟିମ ଓ ପ୍ରୟାଗରାଜ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ଶୀଘ୍ର ସିବିଆଇ ତଦନ୍ତ ଆରମ୍ଭ କରିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାର ଶୀଘ୍ର ମାମଲାକୁ ସମାଧାନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ନିରପେକ୍ଷ ତଦନ୍ତକୁ ଦୃଷ୍ଟିରେ ରଖି ସିବିଆଇ ଯାଞ୍ଚ ସୁପାରିଶ କରିଥିଲେ।

{"id":516359,"sizeSlug":"full","linkDestination":"none"}

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଲଗାତାର ନାନା ପ୍ରଶ୍ନ ଛିଡା ହେଉଛି। ଅନେକ ରାଜନେତାଙ୍କଠୁ ଆରମ୍ଭ କରି ସନ୍ଥ ସମାଜ ସହ ଜଡିତ ଲୋକେ ବି ଏହାକୁ ଆତ୍ମହତ୍ୟା ବୋଲି ମାନିବାକୁ ଅସ୍ବୀକାର କରିଛନ୍ତି। ସେଥିପାଇଁ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଥିଲା।

ଏବେ ଯାଏଁ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମହନ୍ତ ଗିରି ସୁଈସାଇଡ ନୋଟରେ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ। ଏମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ନୋଟରେ ଲେଖା ହୋଇଥିଲା। ଏହି ସୁଈସାଇଡ ନୋଟ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.