ଜମି ଦୁର୍ନୀତି ମାମଲାର ଯାଞ୍ଚ ପାଇଁ ଯାଇଥିବା ସିବିଆଇ ଟିମକୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ : ୨ ଆହତ

Published By : Prameya-News7 Bureau | February 23, 2019 IST

ନୋଏଡା ୨୩/୨ : ଗତ କିଛି ଦିନ ହେଲା ସିବିଆଇର ସମୟ ବହୁତ ଖରାପ ଚାଲିଛି | ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ସିବିଆଇ | କିଛି ଦିନ ହେଲା ବିବାଦ ଘେରରେ ଥିବା ସିବିଆଇର ଏକ ଟିମ ଉପରକୁ ଗ୍ରାମବାସୀ ଆକ୍ରମଣ କରିଛନ୍ତି | କେବଳ ଏତିକି ନୁହେଁ ଗ୍ରାମବାସୀ ସିବିଆଇ ଟିମକୁ ଗୋଡାଇ ଥିଲେ | ଘଟଣାରେ ୨ ଜଣ ଅଫିସର ଆହତ ହୋଇଛନ୍ତି |

ଘଟଣା ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ସୁନପୁରା ଗାଁରେ ଘଟିଛି | ଆଜି ସକାଳେ ଜମି ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ଗାଁକୁ ପହଞ୍ଚିଥିଲା ସିବିଆଇର ଏକ ଟିମ | ଟିମରେ ଥିଲେ ୬ ଜଣ ସଦସ୍ୟ | ୧୨୬ କୋଟି ଟଙ୍କା ଜମି ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ଟିମ ଗାଁକୁ ଯାଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ସିବିଆଇକୁ ଆକ୍ରମଣ କରିଥିଲେ | ସିବିଆଇ ଅଫିସରଙ୍କୁ ଗ୍ରାମବାସୀ ଦଉଡ଼େଇ ଦଉଡ଼େଇ ଗାଁରୁ ବିଦା କରିଦେଇଥିଲେ |

ଆକ୍ରମଣକାରୀଙ୍କ ବିରୋଧରେ ସିବିଆଇ ଇକୋଟେକ-୩ ଥାନାରେ ଅଭିଯୋଗ କରିଛନ୍ତି | ସ୍ଥାନୀୟ ପୋଲିସକୁ ସିବିଆଇ ସୂଚନା ଦେଇଛି ଯେ, ତଦନ୍ତ କଥା ଶୁଣିବା କ୍ଷଣି ଗ୍ରାମବାସୀ ସିବିଆଇ ଟିମକୁ ବହୁତ ଦୂର ପର୍ଯ୍ୟନ୍ତ ଦୌଡ଼ାଇଥିଲେ | ଏପରିକି ସିବିଆଇ ସଦସ୍ୟଙ୍କୁ ମାଡ ମଧ୍ୟ ମାରିଥିଲେ | ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ ସିବିଆଇ ଅଧିକାରୀ ଆହତ ହୋଇଛନ୍ତି | ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଆକ୍ରମଣକୁ ନେଇ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.