ୱାଟରଷ୍ଟୋନ୍ ହୋଟେଲରେ ସିବିଆଇ ଟିମ୍ : ଏଠାରେ ସୁଶାନ୍ତଙ୍କ ସହିତ ଦୁଇ ମାସ ରହିଥିଲେ ରିୟା

Published By : Prameya-News7 Bureau | August 24, 2020 IST

ମୁମ୍ବାଇ ୨୪/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜୋରସୋରରେ ଚାଲିଛି | ସୁଶାନ୍ତ ସିଂହଙ୍କ କୁକ୍, ଫ୍ଲାଟମେଟ୍, ଘର ମାଲିକଙ୍କୁ ପଚରାଉଚୁରା କରିବା ପରେ ସିବିଆଇ ରିୟା ଚକ୍ରବର୍ତ୍ତୀ, ରାଜତ୍ୱ ମେବତୀ ଏବଂ ମନୋଚିକିତ୍ସକ ଡ.କେଶରୀ ଛାଵାଡାଙ୍କୁ ପଚରାଉଚୁରା କରିପାରେ | ସିବିଆଇ ରିୟାଙ୍କୁ ସମନ ପଠାଇ ପଚରାଉଚୁରା ପାଇଁ ଡାକିପାରେ ବୋଲି ଅନୁମାନ କରାଯାଉଛି |

{"id":319277,"sizeSlug":"large"}

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ପର୍ଦାଫାଶ କରିବାକୁ ସିବିଆଇ ଟିମ ସୋମବାର ଦିନ ୱାଟରଷ୍ଟୋନ୍ ହୋଟେଲରେ ପହଞ୍ଚିଛି | ସୂଚନା ଅନୁଯାୟୀ, ଏହି ହୋଟେଲରେ ସୁଶାନ୍ତ ଓ ରିୟା କିଛି ଦିନ ରହିଥିଲେ | ସେଥିପାଇଁ ସିବିଆଇ ଟିମ ତଦନ୍ତ ପାଇଁ ଏହି ହୋଟେଲରେ ପହଞ୍ଚିଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ଉପରେ ନାନା ଆରୋପ ଲଗାଯାଇଛି | ସୁଶାନ୍ତଙ୍କ ପିତାଙ୍କ ତରଫରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ରିୟାଙ୍କ ବିରୋଧରେ ବ୍ଳକମେଲିଙ୍ଗ ଠାରୁ ଆରମ୍ଭ କରି ପ୍ରତାରଣା ଯାଏଁ ଅଭିଯୋଗ ହୋଇଛି |

wp:core-embed/twitter {"url":"https://twitter.com/ANI/status/1297754253692293121","type":"rich","providerNameSlug":"twitter","className":""}
https://twitter.com/ANI/status/1297754253692293121
/wp:core-embed/twitter

ଏବେ ଖବର ଆସିଛି ଯେ ସିଦ୍ଧାର୍ଥ ପିଠାନିଙ୍କୁ ପୁଣି ଥରେ ସିବିଆଇ DRDO ଗେଷ୍ଟ ହାଉସକୁ ଡାକିଛି | ଆଜି ପୁଣି ଥରେ ସିବିଆଇ ଟିମ୍ ସିଦ୍ଧାର୍ଥ ପିଠାନିଙ୍କୁ ପଚରାଉଚରା କରିପାରେ | ସିବିଆଇ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.