Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

4/03/2021 at 2:57 PM

ଭୁବନେଶ୍ବର ୪।୩: ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ରିମାଣ୍ଡ ନେଇଛି ସିବିଆଇ । ବିବନକୁ ୫ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ । ମାତ୍ର ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ ।

ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ ନେଇ ସେଦିନର ସେହି ଘଟଣାସ୍ଥଳକୁ ମଧ୍ୟ ନେଇପାରେ । ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟାଇବାକୁ ସିବିଆଇ ଟିମ୍‌ ଚେଷ୍ଟା କରିବ ।

୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ କମିସନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍‌ ଅପରେସନ ‘ସାଇଲେଣ୍ଟ ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନେକ ଅପରାଧୀଙ୍କ  ମୃତ୍ୟୁ  ମଧ୍ୟ ହୋଇ ସାରିଲାଣି । ଏପରିକି ମାମଲାର ଜଡିତ ବହୁ ସାକ୍ଷୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି  ।

   Related Posts