ସୁଶାନ୍ତ ସିଂହ ମାମଲା : ମୁମ୍ବାଇ ପୋଲିସର ଯାଞ୍ଚ ଅଧିକାରୀ ଓ ସବ୍ ଇନ୍ସପେକ୍ଟରଙ୍କୁ ସମନ ଜାରି କଲା ସିବିଆଇ

Published By : Prameya-News7 Bureau | August 25, 2020 IST

ମୁମ୍ବାଇ ୨୫/୦୮ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ ବେଲନେକର ଓ ଜଣେ ସବଇନ୍ସପେକ୍ଟରଙ୍କୁ ସିବିଆଇ ସମନ ପଠାଇଛି | ଭୂଷଣ ବେଲନେକର ସୁଶାନ୍ତ ସିଂହ ମାମଲାର ଯାଞ୍ଚ କରୁଥିଲେ | କେନ୍ଦ୍ର ଯାଞ୍ଚ ଏଜେନ୍ସି କିଛି ଦିନ ପୂର୍ବରୁ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ | ବର୍ତ୍ତମାନ ତାଙ୍କୁ ପଚରାଉଚୁରା ପାଇଁ ସମନ ଜାରି କରାଯାଇଛି |

ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନି, ରୋଷେଇୟା ନିରଜ ସିଂହ ଓ ତାଙ୍କ ଘରୋଇ ସହାୟକ ଦୀପକ ସାୱନ୍ତଙ୍କୁ ସିବିଆଇ ପୁଣିଥରେ ପଚରାଉଚୁରା କରିଛି | ଜଣେ ଅଧିକାରୀ କହିଛନ୍ତି ଯେ ସିଦ୍ଧାର୍ଥ, ନିରଜ ଓ ଦୀପକ ସାନ୍ତାକୃଜରେ କଲିନା ସ୍ଥିତ ଡିଆରଡିଓ ଗେଷ୍ଟ ହାଉସକୁ ପହଞ୍ଚିଥିଲେ | ମାମଲାର ଯାଞ୍ଚ କରୁଥିବା ସିବିଆଇ ଅଧିକାରୀ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ |

ଏହି ତିନି ଜଣ ଜୁନ ୧୪ ତାରିଖରେ, ଯେଉଁଦିନ ସୁଶାନ୍ତ ସିଂହଙ୍କ ମୃତ୍ୟୁ ହୋଇଥିଲା ସେଦିନ ବାନ୍ଦ୍ରା ସ୍ଥିତ ମୋଣ୍ଟ ବ୍ଲାନ୍କ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ | ସେମାନେ କହିଛନ୍ତି ଯେ ସିବିଆଇ ଟିମ ସୁଶାନ୍ତ ସିଂହଙ୍କ ଆର୍ଥିକ ଲେନଦେଣ ସମ୍ପର୍କରେ ତଥ୍ୟ ଯୋଗାଡ ପାଇଁ ତାଙ୍କ ଚାର୍ଟାଡ଼ ଆକାଉଣ୍ଟାଣ୍ଟକୁ ମଧ୍ୟ ଡାକିଥିଲେ |

ସୋମବାର ଦିନ ସିବିଆଇ ଟିମ ମୁମ୍ବାଇ ସ୍ଥିତ ରିଜୋର୍ଟକୁ ଯାଇ ଯାଞ୍ଚ କରିଥିଲେ | ଏଠାରେ ସୁଶାନ୍ତ ମାସେରୁ ଅଧିକ ଦିନ ରହିଥିଲେ | ଶୁକ୍ରବାର ଦିନ ସିବିଆଇ ଟିମ ସିଦ୍ଧାର୍ଥ, ନିରଜ ଓ ଦୀପକର ବୟାନ ରେକର୍ଡ କରିଥିଲେ | ଶନିବାର ଦିନ ଯାଞ୍ଚ ଟିମ ଏହି ୩ଜଣଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ସେଠାରେ ଘଟଣାର ନାଟକୀୟ ପୁନରାବୃତ୍ତି କରିଥିଲେ | ୩ଜଣଙ୍କୁ ରବିବାର ଦିନ ପୁଣି ସୁଶାନ୍ତଙ୍କ ଫ୍ଲାଟକୁ ନିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.