Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବାବ୍ରି କେସରେ ସେପ୍ଟେମ୍ବର ୩୦ରେ ଆସିବ ରାୟ: ଆଡଭାଣୀ, ଯୋଶୀ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ହାଜର ହେବାକୁ କୋର୍ଟଙ୍କ ଆଦେଶ

16/09/2020 at 3:23 PM

ଲକ୍ଷ୍ନୌ ୧୬।୦୯: ଅଯୋଧ୍ୟାରେ ୧୯୯୨ରେ ବିବାଦୀୟ ବାବ୍ରି ମସଜିଦ ଭଙ୍ଗା କେସରେ ୨୭ ବର୍ଷ ପରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସେପ୍ଟେମ୍ବର ୩୦ରେ ରାୟ ଶୁଣାଇବେ। ସିବିଆଇର ଅଦାଲତ ଆଦେଶ ଜାରି କରି ନିଷ୍ପତ୍ତି ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ କହିଛନ୍ତି। କୋର୍ଟଙ୍କ ତରଫରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନ୍ୟ ଅଭିଯୂକ୍ତଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦ ବିଧ୍ଵଂସ ମାମଲାରେ ସ୍ଵତନ୍ତ୍ର ସିବିଆଇ ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ, ସାକ୍ଷୀଙ୍କ ରାୟ ଶୁଣିବା ପରେ ସେପ୍ଟେମ୍ବର ୧ରେ ଶୁଣାଣି ପୂରା କରିଥିଲେ। ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ ହୋଇ ଯାଇଥିଲା। ଏହା ପୂର୍ବରୁ ବରିଷ୍ଠ ଓକିଲ ମୃଦଲ ରାକେଶ, ଆଇବି ସିଂହ ଓ ମହିପାଲ ଅହଲୁଓ୍ଵାଲିଆ ଅଭିଯୁକ୍ତଙ୍କ ପକ୍ଷରୁ ଦଲିଲ ଉପସ୍ଥାପନ କରିଥିଲେ। ଏହା ପରେ ସିବିଆଇ ଓକିଲ ଲଳିତ ସିଂହ, ଆରକେ ଯାଦବ ଓ ପି ଚକ୍ରବର୍ତ୍ତୀ ମଧ୍ୟ ନିଜର ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ।

ଆଡଭାଣୀ-ଯୋଶୀ ସମେତ ମୋଟ୍ ୩୨ ଜଣ ଅଭିଯୁକ୍ତ

ଦୁଇ ପକ୍ଷଙ୍କ ଦଲିଲ ଉପସ୍ଥାପନ ପରେ ସ୍ଵତନ୍ତ୍ର ବିଚାରପତି ଏସ.କେ. ଯାଦବ ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ କରିବେ ବୋଲି କହିଥିଲେ। ଦଶନ୍ଧି ଧରି ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସାକ୍ଷୀ ମହାରାଜ, ସାଧ୍ଵୀ ରିତମ୍ଭରା, ବିଶ୍ଵ ପରିଷଦ ନେତା ଚମ୍ପତ ରାୟ ସହିତ ୩୨ ଅଭିଯୁକ୍ତଙ୍କ ଅଛନ୍ତି। ସିବିଆଇ ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି।

ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୩୫୧ ସାକ୍ଷ୍ୟ ଓ ପ୍ରାୟ ୬୦୦ ଦସ୍ତାବିଜ ପ୍ରସ୍ତୁତ କରି ସାରିଛି। ବିଚାରପତିଙ୍କୁ ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ନିର୍ଦ୍ଧାରିତ ସମୟ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ନିଷ୍ପତ୍ତି ଶୁଣାଇବାର ଅଛି। ଉଲ୍ଲେଖନୀୟ ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦକୁ କାର ସେବକ ୧୯୯୨ ଡିସେମ୍ବର ୬ରେ ଭାଙ୍ଗି ଦେଇଥିଲେ।

   Related Posts