ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ସିବିଆଇର ଏସଆଇଟି ବୈଠକ : ସୁଭେଜ ହକ୍ ନୋଡାଲ୍ ଅଧିକାରୀ ନିଯୁକ୍ତ

Published By : Prameya-News7 Bureau | August 20, 2020 IST

ମୁମ୍ବାଇ ୨୦/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ ହାତରେ ରହିଛି। ସେହିପରି ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ସିବିଆଇ ଏସଆଇଟି ବୈଠକ ଜାରି ରହିଛି। ଏହି ସମୟରେ ଏବେ ସିବିଆଇ ଡିଆଇଜି ସୁଭେଜ ହକଙ୍କୁ ସିବିଆଇ ଏବଂ ମୁମ୍ବାଇ ପୋଲିସ୍ ମଧ୍ୟରେ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଯାଞ୍ଚର ଗୋଟିଏ ଭାଗ ପୂରାପୂରି ସମ୍ପୂର୍ଣ୍ଣ ହୋଇଯାଇଛି। ସିବିଆଇ ତରଫରୁ ଅନେକ ଲୋକଙ୍କ ବୟାନ ରୁଜୁ କରାଯାଇଛି। ଏଥିରେ ସୁଶାନ୍ତଙ୍କ ଫାଇନାନ୍ସ ସହ ଜଡ଼ିତ ଷ୍ଟେଟମେଣ୍ଟ ମଧ୍ୟ ସାମିଲ ରହିଛି। ଏହା ବ୍ୟତୀତ ସିବିଆଇ ମୁଖ୍ୟ ଅଭିଯୁକ୍ତ ରିୟା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସମ୍ବନ୍ଧରେ ମଧ୍ୟ ବୟାନ ରୁଜୁ କରିଛି।

ଏହା ବ୍ୟତୀତ ସିବିଆଇ ଏସଆଇଟିର ସାହାଯ୍ୟ ପାଇଁ ଫରେନ୍ସିକ ବିଜ୍ଞାନ ବିଶେଷଜ୍ଞ ଏବଂ ବିଶ୍ଲେଷକଙ୍କ ଏକ ଟିମ୍ ପ୍ରସ୍ତୁତ କରାଯାଇଛି। ଏହା ସହିତ ସିବିଆଇ ମାମଲା ସମ୍ବନ୍ଧରେ ମୁମ୍ବାଇ ପୋଲିସ୍ ସହ ଔପଚାରିକ ସମ୍ପର୍କ ମଧ୍ୟ ସ୍ଥାପିତ କରିଛନ୍ତି। ସେହିପରି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ସୁଶାନ୍ତଙ୍କ ମାମଲାର ତଦନ୍ତ ପୂରାପୂରି ଭାବେ ସିବିଆଇ କରିବ। ଏହା ବ୍ୟତୀତ ସିବିଆଇଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ଯେଉଁଥିରେ ସୁଶାନ୍ତଙ୍କ ମାମଲାକୁ କିପରି ଆଗକୁ ବଢ଼ାଯିବ ଏହାକୁ ନେଇ ଚର୍ଚ୍ଚା କରାଯାଇଛି।

ସିବିଆଇ ସୁଶାନ୍ତଙ୍କ ମାମଲାର ଯାଞ୍ଚ ପାଇଁ ପୂର୍ବରୁ ପ୍ରଥମରୁ ପ୍ରସ୍ତୁତି କରି ରଖିଥିଲା। ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ ମାମଲାର ଯାଞ୍ଚ ପାଇଁ ଏକ ଏସଆଇଟିର ଘୋଷଣା କରି ଦିଆଯାଇଛି। ଏସଆଇଟିର ନେତୃତ୍ବ ସିବିଆଇର ଜଏଣ୍ଟ ଡାଇରେକ୍ଟର ମନୋଜ ଶଶିଧର କରିବେ। ତାଙ୍କ ବ୍ୟତୀତ ଗଗନଦୀପ ଗମ୍ଭୀର,ଏସପି ନୂପୁର ପ୍ରସାଦ ଏବଂ ଆଡିସନାଲ୍ ଏସପି ଅନିଲ ଯାଦବ ଏହି ଟିମରେ ସାମିଲ ହେବେ। ଏମାନେ ସମସ୍ତେ ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.