ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ମିଳିଲାନି କୌଣସି ତଥ୍ୟ ପ୍ରମାଣ, ଅର୍ଥ ମନ୍ତ୍ରଣାଳୟକୁ ପଠାଗଲା ଅଭିଯୋଗ : ସିବିଆଇ

Published By : Prameya-News7 Bureau | August 13, 2020 IST

ମୁମ୍ବାଇ ୧୩।୮: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ବିରୋଧରେ ହୋଇଥିବା ଅଧିକାରର ଅପବ୍ୟବହାର ଅଭିଯୋଗକୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସିବିଆଇ ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଛି । ସିବିଆଇ ଗୁରୁବାର ଦିନ ଏହି ତଥ୍ୟ ଦାଖଲ କରିଛି । ଏହି ଆଫିଡେଭିଟ୍‌ରେ ଦର୍ଶାଯାଇଛି ଯେ, ଭିଜିଲାନ୍ସ ଅଧିକାରୀଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ପାଇବା ପରେ ସିବିଆଇ ତଦନ୍ତ ଦିଗରେ ପଦକ୍ଷେପ ନେବ ।ତେଣୁ ଏ ବାବଦରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରାଯିବା ଉଚିତ୍ ।

୬୩ ମୁନ୍ ଟେକ୍ନୋଲୋଜି ଲିମିଟେଡ୍ ଏବଂ ଜିଗ୍ନେଶ ଶାହାଙ୍କ ଆବେଦନର ଜବାବରେ ସିବିଆଇ ଏହି ଆଫିଡେଭିଟ୍ ଦାଖଲ କରିଛି । ସିବିଆଇ ପକ୍ଷରୁ ଓକିଲ ହିଟେନ ଭେନେଗାଭକର କୋର୍ଟରେ ପକ୍ଷ ରଖିଥିଲେ । ମୁଖ୍ୟତଃ ଅଭିଯୋଗର ତଦନ୍ତରେ ବିଳମ୍ବ ଏବଂ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆବେଦନ ଅନୁଯାୟୀ ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଦୁଇ ପ୍ରଶାସନିକ ଅଧିକାରୀ କେ ପି କୃଷ୍ଣନ୍ (ଅର୍ଥ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବ) ଏବଂ ରମେଶ ଅଭିଷେକ (ଫରୱାର୍ଡ ମାର୍କେଟ ଆୟୋଗର ପୂର୍ବତନ ଅଧ୍ୟକ୍ଷ) ଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କିଛି ହୋଇନାହିଁ । ପ୍ରମାଣପତ୍ର ଅନୁଯାୟୀ, ଅଭିଯୋଗରେ ଅନେକ ବୈଷୟିକ ଦିଗ ରହିଛି । ଏହା ସହିତ ଅଭିଯୋଗ ସମ୍ପର୍କରେ ଦଲିଲ ଯୋଗ କରାଯାଇ ନାହିଁ । ତେଣୁ ଅଭିଯୋଗକୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.