ସୁଶାନ୍ତ ସିଂଙ୍କ ମାମଲାରେ ହତ୍ୟାର ସନ୍ଧାନ ପାଇନି ସିବିଆଇ, ଖୁବ୍‌ଶୀଘ୍ର ଦାଖଲ କରିବ କ୍ଲୋଜ୍‌ର ରିପୋର୍ଟ !

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆସିଲା ଟ୍ବିଷ୍ଟ। ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍(ସିବିଆଇ) ଖୁବଶୀଘ୍ର ନିଜର ତଦନ୍ତ ସାରି ନିଜର କ୍ଲୋଜର ରିପୋର୍ଟ ପ୍ରଦାନ କରିପାରେ। ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ମାମଲାରେ ହତ୍ୟାର ସନ୍ଧାନ ପାଇନାହିଁ ସିବିଆଇ ।

ଜୀ ନ୍ୟୁଜ୍‌ ସୂତ୍ର ଆଧାରରେ ଦେଇଥିବା ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ମାମଲାରେ ଯାଞ୍ଚ କରୁଥିବା ସ୍ବତନ୍ତ୍ର ଯାଞ୍ଚ ଟିମ୍ ନିଜର ତଦନ୍ତ ଶେଷ କରିଛି। କିଛି ଦିନ ମଧ୍ୟରେ ବିହାର କୋର୍ଟରେ ନିଜର ତଦନ୍ତ ରିପୋର୍ଟ ଦାଖଲ କରିବ ଟିମ୍‌। ଏହାସହ ସିବିଆଇକୁ ଏହି ମାମଲାରେ କୈଣସି ଗଡ଼ବଡ଼ ହୋଇଥିବା ସନ୍ଦେହ ହୋଇନାହିଁ। ସିବିଆଇ ଖୁବଶୀଘ୍ର ନିଜର କ୍ଲୋଜ୍‌ର ରିପୋର୍ଟ ବିହାର କୋର୍ଟରେ ଦାଖଲ କରିବ।

କିଛି ଦିନ ପୂର୍ବରୁ ଏମ୍‌ସ୍‌ର ଫରେନ୍ସିକ୍‌ ମେଡିକାଲ୍‌ ବୋର୍ଡ ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟ ଯାଞ୍ଚ ଏଜେନ୍ସିକୁ ଦେଇଥିଲା। ଯେଉଁଥରେ ସୁଶାନ୍ତଙ୍କ ମାମଲାରେ ହତ୍ୟା ଏଙ୍ଗଲ୍‌ ନଥିବା କୁହାଯାଇଥିଲା। ସେପଟେ ସୁଶାନ୍ତଙ୍କ ମାମଲା​‌ରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା। ପରେ ରିୟାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଥିଲା। ରିୟା ଓ ତାଙ୍କ ପରିବାର ବିରୋଧରେ ବିହାର ପୋଲିସ୍‌ରେ ଅଭିଯୋଗ କରିଥିଲେ ସୁାଶାନ୍ତଙ୍କ ବାପା। ଯେଉଁଥରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ରିୟା ଉସୁକାଇଥିବା ନେଇ ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.