Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ପୁଣି ଫେରିଲା ସିବିଆଇ, ସି-ସୋର୍ ଲିଙ୍କରେ ବିଧାୟକ ଦେବୀ ମିଶ୍ରଙ୍କ ଘରେ ଚଢଉ

18/09/2020 at 7:42 PM

ଭୁବନେଶ୍ୱର, ୧୮|୦୯ :  ସିବିଆଇ ପୁଣି ଫେରିଛି । ଦୀର୍ଘଦିନର ନୀରବତା ପରେ ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଆଜି ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ କରିଛି । ସି-ସୋର ଚିଟଫଣ୍ଡ ଠକେଇ ଲିଙ୍କରେ ସିବିଆଇର ୭ ଜଣିଆ ଟିମ  ଦେବୀ ମିଶ୍ରଙ୍କ ସରକାରୀ ବାସଭବନ, ତାଙ୍କ ଭାଇ ଓ ଶଶୂର ଘର ସମେତ ବିଭିନ୍ନ ସ୍ଥାନରେ ଛାପା ମାରିଛି । ସେପଟେ ଦୀର୍ଘ ଦିନ ପରେ ପୁଣି କରୋନା ମହାମାରୀ ସମୟରେ ସିବିଆଇ ହଠାତ୍‌ ଆକ୍ଟିଭ ମୋଡ଼କୁ ଆସିବା ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ।

ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌ । ସି-ସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପକ୍ଷରୁ ଦେବୀ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ୍‌-୧ରେ ଥିବା ସରକାରୀ ବାସଭବନ ସହିତ ନରସିଂହପୁର, ଡମକଟାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଛି । ସି-ସୋର୍‌ ମହାନଦୀ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଖୋଳତାଡ଼ କରୁଥିବା ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ୨ଘଣ୍ଟା ଧରି ଜେରା କରିବା ସହ ତାଙ୍କ ଘରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି । ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ୨୦୧୩ ମସିହାରୁ ତଦନ୍ତ ଚଳାଇଥିବା ସିବିଆଇ ପୂର୍ବରୁ ମଧ୍ୟ ଦେବୀ ମିଶ୍ରଙ୍କୁ ପଚରା ଉଚରା କରିଥିଲା । ତେବେ ଆଜିର ରେଡ୍‌ ପରେ ପୂର୍ବତନ ମନ୍ତ୍ରୀଙ୍କ କହିବା କଥା ସି-ସୋରକୁ  ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ଦିଆଯିବା ବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ତେବେ ଏ ନିଷ୍ପତି ତାଙ୍କର ନିଜସ୍ବ ନଥିଲା, ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା । ତେବେ ସିବିଆଇର ତଦନ୍ତରେ ସେ ଗଲା ୭ବର୍ଷ ହେଲା ସହଯୋଗ କରିଆସୁଛନ୍ତି ।

ଦୀର୍ଘ ଦିନର ନୀରବତା ପରେ ପୁଣି ଫେରିଛି ସିବିଆଇ । ଅବଶ୍ୟ ଗଲା ୭ବର୍ଷ ଭିତରେ ମଝିରେ ମଝିରେ ସିବିଆଇର ଏଭଳି ହଠାତିଆ ଆକ୍ସନ ସାମ୍ନାକୁ ଆସେ । ତେବେ ଏଭଳି ଅସମୟରେ ପୁଣି କରୋନା ମହାମାରୀ ବେଳେ ପୁଣି ଥରେ ହଠାତ୍‌ ସିବିଆଇର ଏଭଳି ରେଡ୍‌କୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ତେବେ ସିବିଆଇର ଏଭଳି ଆକ୍ସନକୁ ନେଇ କ’ଣ କହୁଛନ୍ତି କଂଗ୍ରେସ ଆଉ ବିଜେପି ନେତା ଆସନ୍ତୁ ଦେଖିବା ।

ଚିଟଫଣ୍ଡ ଦୁର୍ନୀତି ମାମଲାରେ ଏକାଧିକ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । କିଛି ନେତା ଜେଲ୍‌ ଯାଇ ମଧ୍ୟ ବେଲ୍‌ରେ ଫେରିଛନ୍ତି । ଏସବୁ ଭିତରେ ପୁଣି ସିବିଆଇ ଆକ୍ଟିଭ୍‌ ହେବାକୁ ନେଇ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଥିବା ନେତା ଓ ଅଧିକାରୀଙ୍କ ଭିତରେ ଛନକା ପଶିଛି । ହେଲେ ସିବିଆଇର ଏହି ଆକ୍ସନ ଆଗକୁ ଜାରି ରହିବ ନା ପୁଣି ଅଟକି ଯିବ ତାହା ଉପରେ ରହିବ ନଜର ।

   Related Posts