୭ ହଜାର କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତି, ୩୫ଟି ମାମଲା ରୁଜ୍ଜୁ କଲା ସିବିଆଇ, ଦେଶର ୧୬୯ ସ୍ଥାନରେ ଚଢ଼ଉ

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ୫/୧୧: ୭ ହଜାର କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତିରେ ସିବିଆଇ( ସେଣ୍ଟ୍ରାଲ ବ୍ୟୁରୋ ଇନଭେଷ୍ଟିଗେସନ) ୩୫ଟି ମାମଲା ରୁଜ୍ଜୁ କରିଛି। ଏହି ଘଟଣାରେ ପୂରା ଦେଶରେ ୧୬୯ ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଗୁଗୁରାଟ, ହରିୟାଣ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦାଦର ଓ ନଗର ହାବେଲି ଆଦି ସ୍ଥାନଗୁଡିକରେ ସିବିଆଇ  ପକ୍ଷରୁ ଚଢଉ କରାଯାଇଥିଲା ।

ଏହି ଦୁର୍ନୀତିରେ କେଉଁ କେଉଁ ବ୍ୟାଙ୍କ ସାମିଲ ଅଛନ୍ତି ତାହାର ଖୋଳତାଡ଼ ସିବିଆଇ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଅଧିକ ସୂଚନା ମିଳି ନାହିଁ। ଏହି ଦୁର୍ନୀତିରେ କେଉଁ କେଉଁ ବ୍ୟକ୍ତି ସଂପୃକ୍ତ ଅଛନ୍ତି ତଦନ୍ତ ଅଧିକାରୀ ସେମାନଙ୍କ ନାଁକୁ ସାର୍ବଜନୀନ କରି ନାହାନ୍ତି। ଗତ କିଛି ମାସ ହେବ ସିବିଆଇ ଏହି ବ୍ୟାଙ୍କ ଦୁର୍ନୀତି ମାମଲାରେ ତଦନ୍ତ ଚଳାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.