Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆଇଏନଏକ୍ସ ମିଡିଆ ମାମଲାରେ ପି.ଚିଦାମ୍ବରମଙ୍କୁ ଘରୁ ଉଠାଇ ନେଲା ସିବିଆଇ, ଗତକାଲି ଫାଟକରେ ଲଗାଇଥିଲା ନୋଟିସ୍

21/08/2019 at 8:43 PM

ନୂଆଦିଲ୍ଲୀ ୨୧।୮: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ବୁଧବାର ତାଙ୍କ ଘରୁ ଉଠାଇ ନେଇଛି ସିବିଆଇ। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଚିଦାମ୍ବରମଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସିବିଆଇ ତାଙ୍କ ଘରେ ଚଢଉ କରିଥିଲା। ତେବେ ସୁରକ୍ଷା କର୍ମୀ ଫାଟକ ନ ଖୋଲିବାରୁ ସିବିଆଇ ଟିମ୍ ଫାଟକ ଡେଇଁ ତାଙ୍କ ଘରେ ପଶିଥିବା ବେଳେ ଚିଦାମ୍ବରମଙ୍କୁ ପାଇ ପଚରା ଉଚରା କରିଥିଲା। ୩ଟି ଟିମ୍ ତାଙ୍କୁ ପଚରା ଉଚୁରା କରିବା ପରେ ସାଙ୍ଗରେ ନେଇଯାଇଛନ୍ତି। ଚିଦାମ୍ବରମଙ୍କୁ ହାଜର ହେବା ଲାଗି ସିବିଆଇ ଗତକାଲି ତାଙ୍କ ଘରେ ନୋଟିସ ଟଙ୍ଗାଇଥିଲା। ଏଥିପାଇଁ ତାଙ୍କୁ ୨ ଘଣ୍ଟା ସମୟ ଦେଇଥିବା ବେଳେ ସେ ସିବିଆଇରେ ହାଜର ନ ହୋଇ ଆଜି କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଚିଦାମ୍ବରମଙ୍କ ସାମ୍ବାଦିକ ସମ୍ମିଳନୀ ସୂଚନା ପାଇ ସିବିଆଇ ଟିମ୍ ପ୍ରଥମେ କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିଲେ। ତେବେ ସେଠାରୁ ଚିଦାମ୍ବରମ ଚାଲିଯାଇଥିବାରୁ ସିବିଆଇ ତାଙ୍କ ଘରକୁ ଯାଇଥିଲେ। ଏହା ପୂର୍ବରୁ ଚିଦାମ୍ବରମ ଅନ୍ତରୀଣ ସୁରକ୍ଷା ଲାଗି ସୁପ୍ରିମକୋର୍ଟ ଯାଇଥିଲେ। ୩ ନମ୍ବର କୋର୍ଟର ଜଷ୍ଟିସ ଏନ.ବି ରମନ୍ନାଙ୍କ ଅଦାଲତରେ ଚିଦାମ୍ବରମଙ୍କ ପିଟିସନ ଦାଖଲ ହୋଇଥିବା ବେଳେ ତୁରନ୍ତ ଶୁଣାଣି ନିମନ୍ତେ ନିବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କ ପିଟିସନକୁ ସିଜେଆଇଙ୍କ ନିକଟକୁ ପଠାଉଥିବା କହିଥିଲେ।  

ଗତକାଲି ସିବିଆଇ ଟିମ୍ ତାଙ୍କ ଘରକୁ ଯାଇଥିଲେ। ହେଲେ ଚିଦାମ୍ବରମଙ୍କୁ ପାଇନଥିଲେ। ଏଣୁ ତାଙ୍କୁ ତୁରନ୍ତ ସିବିଆଇରେ ହାଜର ହେବାକୁ ଘର ଆଗରେ ନୋଟିସ ଲଗାଇ ଅଧିକାରୀମାନେ ଫେରି ଯାଇଥିଲେ। ଏଥିରେ ତାଙ୍କୁ ହାଜର ହେବା ଲାଗି ସିବିଆଇ ୨ ଘଣ୍ଟା ସମୟ ଦେଇଥିଲା। ହେଲେ ସେ ସିବିଆଇରେ ହାଜର ହେବା ବଦଳେ ବୁଧବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍ ନଥିବା କହିଛନ୍ତି।

   Related Posts