ଗୋ ତସ୍କରୀ ମାମଲା: ତୃଣମୂଳ ନେତା ବିନୟ ମିଶ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ଉ

Published By : Prameya-News7 Bureau | January 01, 2021 IST

କୋଲକାତା ୧।୧: ତୃଣମୂଳ ଯୁବ କଂଗ୍ରେସ (ଟିଏମୱାଇସି) ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘର ସମେତ ବିଭିନ୍ନ ଠିକଣାରେ ସିବିଆଇ ଚଢ଼ଉ କରିଥିବା ଜଣାପଡିଛି। ତେବେ ମିଶ୍ର ଫେରାର ଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରୁନଥିବା ବେଳେ ଗୋ ତସ୍କରୀ ମାମଲାରେ ସିବିଆଇ ଏହି ଚଢଉ କରିଥିବା ଜଣାପଡିଛି।

ମାମଲାରେ ସିବିଆଇ ବିନୟ ମିଶ୍ରଙ୍କ ସନ୍ଧାନ ଲାଗି ଲୁକଆଉଟ୍‌ ନୋଟିସ ମଧ୍ୟ ଜାରି  ହୋଇଛି। ଅନ୍ୟପକ୍ଷରେ କୋଇଲା ତସ୍କରୀ ମାମଲାରେ ଅମିତ ସିଂହ ଓ ନିରଜ ସିଂହ ନାମକ ଦୁଇ ବ୍ୟବସାୟୀଙ୍କ ଘର ଉପରେ ସିବିଆଇ ଚଢଉ କରିଛି। ଦୁଇ ବ୍ୟବସାୟୀ ପରସ୍ପର ଭାଇ ବୋଲି କୁହାଯାଇଛି।

ସୂଚନା ଯୋଗ୍ୟଯେ ସୀମାପାର ଗୋ ତସ୍କରୀ ମାମଲାରେ ସିବିଆଇ ସୀମା ସୁରକ୍ଷା ବଳ (ବିଏସଏଫ)ର ପୂର୍ବତନ କମାଣ୍ଡାଣ୍ଟଙ୍କ ଗିରଫ କରିଛି। ମାମଲାରେ ପୂର୍ବତନ ବିଏସଏଫ  ଅଧିକାରୀ ସତୀଶ କୁମାରଙ୍କ ସମେତ ଅନ୍ୟ ୩ ଜଣଙ୍କ ବିରୋଧରେ ସିବିଆଇ ସେପ୍ଟେମ୍ବର ୨୩ରେ ମୋକଦ୍ଦମା ରୁଜୁ କରିଥିବା ବେଳେ ଏମାନଙ୍କ ମଧ୍ୟରେ ଫେରାର ତୃଣମୂଳ ନେତା ମଧ୍ୟ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.