ଆଉ ଏକ ବ୍ୟାଙ୍କ୍ ଠକେଇ : ପିଏନବି ସହ ୫ ବ୍ୟାଙ୍କରୁ ୨୨୧ କୋଟି ଟଙ୍କା ହଡପ କରିଛି ହିନ୍ଦ୍ ଆଗ୍ରୋ, ସିରିଜ ଚଢାଉ ପରେ ମାମଲା ଦାୟର କଲା ସିବିଆଇ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ହିନ୍ଦ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ କିଛି ସମାଜସେବୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

wp:html /wp:html

ହିନ୍ଦ୍ ଆଗ୍ରୋ ବିରୋଧରେ ଅଭିଯୋଗ ହୋଇଛି ଯେ, ପିଏନବି, ଦେନା ବ୍ୟାଙ୍କ୍, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ବ୍ୟାଙ୍କ ସଙ୍ଘ ସହ ୨୨୧.୭୨ କୋଟିର ଠକେଇ କରିଛି ।

ସୂଚନାଯୋଗ୍ୟ, ହିନ୍ଦ୍ ଆଗ୍ରୋ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲିଗଡ ଓ ଦିଲ୍ଲୀ ଆଧାରିତ କମ୍ପାନୀ ଅଟେ । ସିବିଆଇ ଗୁରୁବାର ଏହି ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କ ଦିଲ୍ଲୀ ଓ ଆଲିଗଡ ସ୍ଥିତ ବାସଭବନରେ ମଧ୍ୟ ଚଢାଉ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.