ସୋସିଆଲ ମିଡ଼ିଆର ଲୋକପ୍ରିୟ ଆଇଏଏସ ଅଧିକାରୀ ବି.ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢ଼ାଉ: ବର୍ଷେରେ ବଢିଛି ୯୦ ପ୍ରତିଶତ ସମ୍ପତ୍ତି

Published By : Prameya-News7 Bureau | January 05, 2019 IST

ଦିଲ୍ଲୀ ୫/୧ : ବେଆଇନ ବାଲି ଉତ୍ତୋଳନ ମାମଲାରେ ସିବିଆଇ ଶନିବାର ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀର ୧୨ଟି ଜାଗାରେ ଚଢ଼ାଉ କରିଥିଲା | ସିବିଆଇ ଅଧିକାରୀ କହିଛନ୍ତି ଯେ, ଆଇଏଏସ ଅଧିକାରୀ ବି.ଚନ୍ଦ୍ରକଳାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ବାସଭବନରେ ଚଢ଼ାଉ କରାଯାଇଛି | ବି.ଚନ୍ଦ୍ରକଳା ଭ୍ରଷ୍ଟାଚାର ଏବଂ ଦୁର୍ନୀତି ବିରୋଧରେ ନିଜ ଅଭିଯାନ ପାଇଁ ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ | ତେବେ ସିବିଆଇ ଦିଲ୍ଲୀ, ଉତ୍ତରପ୍ରଦେଶ, ହମିରପୁର, ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ଚଢ଼ାଉ କରିଥିଲା |

{"id":70669}

ଆଲ୍ହାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି | ଚନ୍ଦ୍ରକଳାଙ୍କ ଘର ଯୋଜନା ଭବନ ପାଖରେ ସଫାୟାର ଏଣ୍ଡ ଭିଲ୍ଲା ଠାରେ ଅଛି | ଚନ୍ଦ୍ରକଳା ଏବେ ଡେପୁଟେସନରେ ଅଛନ୍ତି | ଉତ୍ତରପ୍ରଦେଶରେ ଚନ୍ଦ୍ରକଳା ଜଣେ କଡା ଏବଂ ନିଷ୍ଠାପର ଅଫିସର ଭାବେ ବେଶ ଜଣାଶୁଣା | ତାଙ୍କ ସଚ୍ଚୋଟ କାର୍ଯ୍ୟକଳାପ ପାଇଁ ତାଙ୍କୁ ଲୋକେ ବହୁତ ସମ୍ମାନ କରନ୍ତି | ଏହା ପୂର୍ବରୁ ବୁଲନ୍ଦସହର, ହମିରପୁର ସମେତ କେତେକ ଜିଲ୍ଲାରେ ଚନ୍ଦ୍ରକଳା ନିଜର କଡା ଅନ୍ଦାଜ ଏବଂ ଶକ୍ତ କାର୍ଯ୍ୟକଳାପ ପାଇଁ ଅନେକ ବାହା ବା ସାଉଣ୍ଟିଛନ୍ତି |

ସିବିଆଇ ଚନ୍ଦ୍ରକଳାଙ୍କ ହରୀମପୁର ବାସଭବନରେ ଚଢ଼ାଉ କରିଥିଲା | ସେ ୨୦୦୮ ବ୍ୟାଚର ଆଇଏଏସ ଅଧିକାରୀ | ସେ ସୋସିଆଲ ମିଡ଼ିଆରେ ମଧ୍ୟ ପହୁତ ଲୋକପ୍ରିୟ | ଫେସବୁକରେ ଚନ୍ଦ୍ରକଳାଙ୍କ ୮୬, ୩୬୩୪୮ ରୁ ଅଧିକ ଫଲୋୟର ଅଛନ୍ତି |

{"id":70670}

୨୦୧୭ ମସିହାରେ ଚନ୍ଦ୍ରକଳା ନିଜ ସମ୍ପତ୍ତିର ତାଲିକା ଦେବାରେ ଅସମର୍ଥ ହୋଇଥିଲେ | ସିଭିଲ ସେବା ଅଧିକାରୀଙ୍କୁ ୨୦୧୪ ମସିହା ପାଇଁ ଜାନୁଆରୀ ୧୫ ତାରିଖ ଭିତରେ ନିଜ ସମ୍ପତ୍ତିରା ତାଲିକା  ଦାଖଲ କରିବାର ଥିଲା | କିନ୍ତୁ ବର୍ଷେ ବିତିଯିବା ପରେ ସେମାନେ ରେକର୍ଡ ଦାଖଲ କରିପାରିନଥିଲେ | ଏହି ଅଧିକାରୀମାନଙ୍କ ମଧ୍ୟରେ ଚନ୍ଦ୍ରକଳାଙ୍କ ନାଁ ମଧ୍ୟ ସାମିଲ ଥିଲା |

କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ପ୍ରଶିକ୍ଷଣ ବିଭାଗରା ସୂଚନା ଅନୁଯାୟୀ ଚନ୍ଦ୍ରକଳାଙ୍କ ସମ୍ପତ୍ତି ୨୦୧୧-୨୦୧୨ ମସିହା ବେଳକୁ ମାତ୍ର ୧୦ ଲକ୍ଷ ଟଙ୍କା ଥିଲା | ୨୦୧୩-୧୪ ମସିହା ବେଳକୁ ତାଙ୍କ ସମ୍ପତ୍ତି ପ୍ରାୟ ୧ କୋଟି ହୋଇଯାଇଥିଲା | ମାତ୍ର ବର୍ଷେ ଭିତରେ ତାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବଢି ଯାଇଥିଲା |

{"id":70671,"width":579,"height":377}

୨୦୧୧ ମସିହାରେ ଚନ୍ଦ୍ରକଳା ନିଜ ଗହଣା ଏବଂ ଦରମାରେ ଆନ୍ଧ୍ର ପ୍ରଦେଶ ଉପଲ ଠାରେ ଏକ ୧୦ ଲକ୍ଷ ଟଙ୍କାରା ଫ୍ଲାଟ କିଣିଥିଲେ | କିନ୍ତୁ ଏବେ ତାଙ୍କ ଝିଅ ନାଁରେ ଲକ୍ଷ୍ନୌ ସରୋଜିନୀ ମାର୍ଗ ଠାରେ ଏକ ୫୫ ଲକ୍ଷ ଟଙ୍କାରା ଫ୍ଲାଟ ରହିଛି | ତେବେ ଏହି ଫ୍ଲାଟ ତାଙ୍କୁ ତାଙ୍କ ଶାଶୁ ଶ୍ୱଶୁର ଉପହାର ସଦୃଶ ଦେଇଥିଲେ ବୋଲି ସେ ସଫେଇ ଦେଇଥିଲେ | ଏହାଛଡା ଆନ୍ଧ୍ର ପ୍ରଦେଶ ଅନୁପମନଗର ଠାରେ ସେ ଏକ ୩୦ ଲକ୍ଷ ଟଙ୍କାର ଘର କିଣିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.