Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌

18/09/2020 at 12:05 PM

ଭୁବନେଶ୍ୱର ୧୮।୦୯: କିଛି ଦିନର ବ୍ୟବଧାନ ପରେ ପୁଣି ସିବିଆଇ ରିଟର୍ଣ୍ଣର୍ସ । ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ଟିମ୍‌ । ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ସିବିଆଇ ଟିମ୍‌ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି । ସିବିଆଇର ୭ଜଣିଆ ଟିମ୍‌ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ, ଆଠଗଡ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ରେଡ୍ ଜାରି ରହିଛି । କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

ରାଜ୍ୟରେ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ଅନେକ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ , ବିଧାୟକ , ଅଫିସର, ପୂର୍ବତନ ଅଫିସର ଆଦି ଅନେକ ଲୋକଙ୍କ ଘରେ ରେଡ୍‌ କରାଯାଇଥିଲା । ସି-ସୋର ସମେତ ଅନେକ ଚିଟ୍‌ଫଣ୍ଟ ଲିଙ୍କ ମାମଲାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ ।

   Related Posts