Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସଙ୍କଟରେ କଂଗ୍ରେସର ସଂକଟମୋଚକ ! ପ୍ରମୁଖ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

5/10/2020 at 1:09 PM

ବେଙ୍ଗାଲୁରୁ ୦୫/୧୦ : କର୍ଣ୍ଣାଟକ କଂଗ୍ରେସର ପ୍ରମୁଖ ଡିକେ ଶିବକୁମାରଙ୍କ ଅନେକ ଠିକଣାରେ ସିବିଆଇ ଚଢ଼ାଉ କରିଛି। ଦୁର୍ନୀତି ମାମଲାରେ ସୋମବାର ଦିନ ସିବିଆଇ ଡିକେ ଶିବକୁମାରଙ୍କ କର୍ଣ୍ଣାଟକ ଓ ମୁମ୍ବାଇ ସମେତ ଅନେକ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ଟିମ ବେଙ୍ଗାଲୁରୁରେ ଡିକେ ଶିବକୁମାର ଓ ତାଙ୍କ ଭାଇ ସାଂସଦ ଡିକେ ସୁରେଶଙ୍କ ୧୫ଟି କୋଠାରେ ଚଢ଼ାଉ କରୁଛି। ସୂଚନା ଅନୁଯାୟୀ, ପ୍ରବର୍ତନ ନିର୍ଦେଶାଳୟ ତରଫରୁ ଆୟକର ବିଭାଗରେ ଟ୍ୟାକ୍ସ ଚୋରି ଅଭିଯୋଗ ଆଧାରରେ ଏକ ମାନି ଲଣ୍ଡ୍ରିଙ୍ଗ ମାମଲା ଯାଞ୍ଚ କରୁଥିଲା। ଯାଞ୍ଚ ସମୟରେ ଇଡି ହାତରେ କିଛି ଜରୁରୀ ତଥ୍ୟ ପଡିଥିଲା। ଇଡି ଏହି ତଥ୍ୟ ସିବିଆଇକୁ ଦେଇଥିଲା। ଏହି ମାମଲାରେ ସିବିଆଇ ଚଢ଼ାଉ କରୁଛି।

ସୂଚନା ଅନୁଯାୟୀ, ଡିକେ ଶିବକୁମାର ଓ ତାଙ୍କ ଭାଇ ଡିକେ ସୁରେଶଙ୍କ ବିଭିନ୍ନ କୋଠାରେ ସିବିଆଇ ସୋମବାର ସକାଳ ୬ଟା ରୁ ଚଢ଼ାଉ କରୁଛି। ଦୁଇ ଭାଇଙ୍କ ନିକଟ ବନ୍ଧୁ ଇକବାଲ ହୁସେନଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି। ଚଢ଼ାଉ ପ୍ରକ୍ରିୟାକୁ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧାରମେୟା ପ୍ରତିଶୋଧ ରାଜନୀତି ବୋଲି କହିଛନ୍ତି। ବିଜେପି ପ୍ରତିଶୋଧ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।

ସିଦ୍ଧାରମେୟା ଟ୍ୱିଟ କରି କହିଛନ୍ତି ଯେ, ବିଜେପି ସବୁବେଳେ ପ୍ରତିଶୋଧ ରାଜନୀତି କରିବାରେ ଓ ଲୋକଙ୍କୁ ବାଟବଣା କରିବାକୁ ପ୍ରୟାସ କରିଥାଏ। ଉପନିର୍ବାଚନରେ ସମସ୍ୟା ସୃଷ୍ଟି କରିବାକୁ ଡିକେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରାଯାଉଛି ବୋଲି ସେ କହିଛନ୍ତି।

   Related Posts