ସାତହଜାର କୋଟି ଟଙ୍କାର ଠକେଇ ଅଭିଯୋଗ : ଦେଶର ବିଭିନ୍ନ ସ୍ଥାନରେ ସିବିଆଇର ରେଡ୍
5/11/2019 at 12:32 PM

ନୂଆଦିଲ୍ଲୀ ୦୫।୧୧ : ସାତ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ମଙ୍ଗଳବାର ଦେଶର ବିଭିନ୍ନ ସ୍ଥାନରେ ସିବିଆଇର ପକ୍ଷରୁ ରେଡ୍ କରାଯାଇଛି । ସିବିଆଇ ଠକେଇ ଅଭିଯୋଗରେ ୩୫ଟି ମାମଲା ରୁଜୁ କରିଛି । ରୁଜୁ ହୋଇଥିବା ମାମଲା ଭିତ୍ତିରେ ଆଜି ସିବିଆଇ ୧୬୯ଜାଗାରେ ଚଢାଉ ଜାରି ରଖିଛି ।ସିବିଆଇ ପକ୍ଷରୁ ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ୧୬୯ଟି ଜାଗାରେ ସ୍ଥାନରେ ଚଢାଉ ଜାରି ରଖିଛି ।