୪୪କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ, ୟୁନିଅନ ବ୍ୟାଙ୍କରେ ସିବିଆଇ ଚଢାଉ

Published By : Prameya-News7 Bureau | November 25, 2020 IST

ରାୟଗଡା ୨୫।୧୧: ରାୟଗଡା ସହର ସ୍ଥିତ ୟୁନିଅନ ବ୍ୟାଙ୍କ କସ୍ତୁରୀ ନଗର ଶାଖାରେ ସିବିଆଇ ଚଢ଼ାଉ କରିଛି । ଏକ ଠକେଇ ମାମଲାରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । ୪୪ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ ଚଢ଼ାଉ କରାଯାଇଛି ।

ସୂଚନା ଅନୁସାରେ ୟୁନିଅନ ବ୍ୟାଙ୍କରେ ମିଶ୍ରଣ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ କସ୍ତୁରୀ ନଗର ଶାଖାରୁ ତରୁଣଶ୍ରୀ କଟନ ମିଲ୍ ପକ୍ଷରୁ ଋଣ ନିଆଯାଇଥିଲା । ଋଣ ଓ ସୁଧ ମିଶି ବର୍ତ୍ତମାନ ଏହା ୪୪ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଋଣ ଅର୍ଥ ନସୁଝିବା ଯୋଗୁଁ ବ୍ୟାଙ୍କ ପକ୍ଷରୁ ତରୁଣଶ୍ରୀ କଟନ ମିଲର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଜବତ କରାଯାଇଛି । ଏଥିସହ ନିଲାମ ପାଇଁ ମଧ୍ୟ ଘୋଷଣା ହୋଇଛି ।

୨୦୧୭ ମସିହାରେ ଜବତ ସହ ନିଲାମ ଘୋଷଣା କରାଯାଇଥିଲା । ଆଉ ବର୍ତ୍ତମାନ ୟୁନିଅନ ବ୍ୟାଙ୍କରେ ଆନ୍ଧ୍ର ବ୍ୟାଙ୍କ ମିଶ୍ରଣ ପରେ ସିବିଆଇରେ ମାମଲା ରୁଜୁ କରାଯାଇଥିଲା । ୟୁନିଅନ ବ୍ୟାଙ୍କର ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶାଖା ପକ୍ଷରୁ ଏହି ମାମଲା ରୁଜୁ କରାଯିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏହି ଜାଲିଆତିରେ ବ୍ୟାଙ୍କର କିଛି ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.