Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଇନଷ୍ଟାଗ୍ରାମ୍‌ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଚଲାଉଥିବା ଇଞ୍ଜିନିୟରଙ୍କ ଘରେ ସିବିଆଇ ଚଢାଉ

26/09/2020 at 4:26 PM

ଲଖନଉ ୨୬/୦୯ : ଇନଷ୍ଟାଗ୍ରାମରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ପ୍ରଚାର କରିବା ଓ ସେ ସମ୍ବନ୍ଧୀୟ ଭିଡିଓ ବିକ୍ରି କରିବା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସିବିଆଇ ଟିମ ଉତ୍ତର ପ୍ରଦେଶ ସୋନଭଦ୍ରରେ ଚଢ଼ାଉ କରିଥିଲା । ସୂଚନା ଅନୁଯାୟୀ, ସିବିଆଇ ଟିମ ସୋନଭଦ୍ର ଅନପରାରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭିଡିଓ ବିକ୍ରି କରୁଥିବା ଅଭିଯୁକ୍ତ ଘରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଘରୁ ସିବିଆଇ ଟିମ ଘଟଣାରେ ବ୍ୟବହୃତ ହେଉଥିବା ମୋବାଇଲ ଜବତ କରିଛି ।

ଅନପରାର ଏହି ଯୁବକ ଇନଷ୍ଟାଗ୍ରାମରେ ଶିଶୁ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିଲେ । ଟଙ୍କା ମିଳିବା ପରେ ଶିଶୁ ପର୍ଣ୍ଣୋଗ୍ରାଫିର ଭିଡିଓ ହ୍ୱାଟ୍ସଆପରେ ପଠାଯାଇଥିଲା । ଦିଲ୍ଲୀ ସିବିଆଇ ସ୍ୱତନ୍ତ୍ର ୟୁନିଟ୍ ଏହି ଚଢ଼ାଉ କରିଥିଲା । ସିବିଆଇ ଏହି ମାମଲାରେ ପକ୍ସୋ ଏବଂ ଆଇଟି ଆକ୍ଟ ଏଫ୍ଆଇଆର୍ ରୁଜ୍ଜୁ କରିଛି ।

ସୂଚନା ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ଘରେ ଚଢ଼ାଉ ହୋଇଥିଲା ତାଙ୍କ ନାଁ ନିରଜ ଯାଦବ। ସେ ବିଟେକ କରିସାରିବା ପରେ ଦିଲ୍ଲୀରେ ଚାକିରୀ କରୁଥିଲେ । ସିବିଆଇ ଟିମ ନିରଜକୁ ପଚରାଉଚୁରା କରୁଛି । ଯାଞ୍ଚରେ ଜଣାପଡିଛି ଯେ, ନିରଜ ଫାଇଲ ହଷ୍ଟିଙ୍ଗ ସର୍ଭିସ ଏବଂ କ୍ଲାଉଡ଼ ଷ୍ଟୋରେଜରେ ଭିନ୍ନ ଭିନ୍ନ ଇ-ମେଲ ଆଇଡିରୁ ଅନେକ ଆକାଉଣ୍ଟ ଖୋଲି ରଖିଥିଲେ । ଏଥିରେ ସେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମ୍ୟାଟେରିଆଲ ଷ୍ଟୋର କରୁଥିଲା । ଗ୍ରାହକଙ୍କ ଠାରୁ ଟଙ୍କା ମିଳିବା ପରେ ସେ ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ ସେୟାର କରୁଥିଲା ।

   Related Posts