ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ୍

Published By : Prameya-News7 Bureau | January 11, 2020 IST

ରାଉରକେଲା ୧୧।୧: ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ସିବିଆଇ ରେଡ୍ କରିଛି । ରାଉରକେଲା ସେକ୍ଟର ୬ ସ୍ଥିତ ସି / ୮୧ ଘରେ ଚଢ଼ାଉ କରିଛି ସିବିଆଇ । ରାଞ୍ଚିରୁ ଆସିଥିବା ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି ।

{"id":209753,"sizeSlug":"large"}

ଏହା ପୂର୍ବରୁ ଜମାଲ ମୁମ୍ବାଇରେ କଷ୍ଟମ ବିଭାଗରେ କାମ କରୁଥିବାର ଜଣା ପଡ଼ିଛି। ଏବେ ସେ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ମୁମ୍ବାଇରେ କଷ୍ଟମ ବିଭାଗରେ ଥିଲାବେଳେ କୌଣସି ଏକ ଚୋରି ଘଟଣାରେ ସମ୍ପୃକ୍ତି ନେଇ ସେଠାରେ ସେ ସିବିଆଇ ହାତରେ ଧରା ପଡ଼ିଥିଲେ । ସେବେଠୁ ସେ ନିଲମ୍ବିତ ହୋଇଥିବା ଜଣାପଡିଛି । ମୁମ୍ବାଇରେ କଷ୍ଟମ ବିଭାଗରେ ଥିବାବେଳେ ସିବିଆଇ ଦୁର୍ନୀତିକୁ ନେଇ ମାମଲାରେ ରୁଜୁ କରିଥିଲା  । ପରେ ରାଉରକେଲା ବଦଳି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.