୨ଲକ୍ଷ ବନ୍ଧୁକ ଲାଇସେନ୍ସରେ ବହୁତ ବେଆଇନ , ଜାମ୍ମୁ କାଶ୍ମୀରରୁ ହରିୟାଣା ଲିଙ୍କ ଖୋଜୁଛି ସିବିଆଇ
30/12/2019 at 2:33 PM

ନୂଆଦିଲ୍ଲୀ ୩୦।୧୨: ଜାମ୍ମୁ ଓ କାଶ୍ମୀରର ଜିଲ୍ଲା ସମେତ ନୋଏଡା ଓ ଗୁରୁଗ୍ରାମର କେତେକ ସ୍ଥାନରେ ସିବିଆଇ ପକ୍ଷରୁ ରେଡ୍ । ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଅନିୟମିତା ନେଇ ଚାଲିଥିବା ମାମଲାରେ ଚଢାଉ କରିଛି ସିବିଆଇ ।
ସୋମବାର ଦିନ ଶ୍ରୀନଗର, ଜମ୍ମୁ, ସୋପିଆଁ, ବାରାମୁଳା, କୁପଓ୍ବାଡା, ଉଧମପୁର, କିସ୍ତଓ୍ବାଡ୍, ରୌଜୋରି, ଡୋଡା ,ପୁରଓ୍ବାମା ସମେତ ଗୁରୁଗ୍ରାମ ଓ ନୋଏଡାର ୧୩ଟି ସ୍ଥାନରେ ରେଡ୍ କରିଛି ସିବିଆଇ । ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ପ୍ରଦାନ କରିବା କ୍ଷେତ୍ରରେ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଜାମ୍ମୁ ଓ କାଶ୍ମୀରରେ ବାସିନ୍ଦା ନହୋଇ ମଧ୍ୟ କେତେକ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହି ଦୁର୍ନୀତିରେ କେତେକ ପୂର୍ବତନ ଅଫିସର ସାମିଲ ଥିବା ସନ୍ଦେହ କରିଛି ସିବିଆଇ । ଜାମ୍ମୁ-କାଶ୍ମୀରର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବେ ୨ଲକ୍ଷ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କରିଯାଇଥିବା ଅଭିଯୋଗ ହୋଇଛି । ତେବେ କିପରି ଭାବେ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି, ସେନେଇ ଦୁଇଟି ମାମଲା ରୁଜୁ କରାଯାଇ ସିବିଆଇ ତଦନ୍ତ ଜାରି ରଖିଛି ।