ସିବିଆଇ କଳି : ଆଜି ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବ ସିଭିସି
12/11/2018 at 11:44 AM

ସିବିଆଇ କଳି। ଆଜି ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବ ସିଭିସି। ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରିବେ। ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାର ପରସ୍ପର ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲା ସିଭିସି। ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଘନଘନ ଜେରା,ଉଭୟଙ୍କ ବୟାନ ଏବଂ ହାସଲ କରାଯାଇଥିବା ଦସ୍ତାବିଜକୁ ଆଧାର କରି ସିଭିସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲା। ହେଲେ ଉଭୟଙ୍କ ବିରୋଧରେ ସିଭିସିକୁ କୌଣସି ଠୋସ୍ ପ୍ରମାଣ ମିଳିନଥିବା କୁହାଯାଉଛି। ଅଗଷ୍ଟ ୨୪ରେ ଅସ୍ଥାନାଙ୍କ ପକ୍ଷରୁ ସିଭିସିରେ ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହାପରେ ଆସ୍ଥାନାଙ୍କ ବିରୋଧରେ ବର୍ମା ଅକ୍ଟୋବର ୧୫ରେ ସିବିଆଇ ପକ୍ଷରୁ ମାମଲା ଦାଏର ହୋଇଥିଲା। ଏହାକୁ ନେଇ ସିବିଆଇରେ ଫାଟ ପଦାରେ ପଡିଥିଲା। ଶେଷରେ ସରକାର ହସ୍ତକ୍ଷେପ କରି ଉଭୟଙ୍କୁ ଛୁଟିରେ ପଠାଇଦେଇଥିଲେ। ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଏ କେ ପଟ୍ଟନାୟକଙ୍କ ନେତୃତ୍ବରେ ଦୁଇ ସପ୍ତାହ ଭିତରେ ସିଭିସିକୁ ତଦନ୍ତ ସାରିବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ସିଭିସିର କେ ବି ଚୌଧୁରୀ,ଭିଜିଲାନ୍ସ କମିଶନର ଶରଦ କୁମାର ଓ ଟି ଏମ ଭାସିନ ଏହି ମାମଲରା ତଦନ୍ତ କରୁଥିଲେ।