କଲିକତା ପୋଲିସ କମିଶନରଙ୍କୁ ପଚରାଉଚରା କରିବାକୁ ଯାଇଥିବା ୫ ଜଣ ସିବିଆଇ ଅଫିସରଙ୍କୁ ଗିରଫ କଲା କୋଲକାତା ପୋଲିସ, ରାଜୀବ କୁମାରଙ୍କ ବାସଭବନରେ ପହଞ୍ଚି ମୋଦିଙ୍କ ଉପରେ ବର୍ଷିଲେ ମମତା : ଦେଲେ ଧାରଣା ଧମକ

Published By : Prameya-News7 Bureau | February 03, 2019 IST

କୋଲକାତା ୩/୨- ପାଂଚଜଣ ସିବିଆଇ ଅଫିସରଙ୍କୁ ଗିରଫ କଲା କୋଲକାତା ପୋଲିସ । ରୋଜ ଭ୍ୟାଲି ଓ ସାରଦା ଚିଟ୍ ଫଣ୍ଡ ମାମଲାରେ ଜଡ଼ିତ ରାଜୀବ କୁମାରଙ୍କୁ ପଚରାଉଚରା  କରିବାକୁ ଯାଇଥିବା ସିବିଆଇ ଅଫିସରଙ୍କୁ ଗିରଫ କରିଛି କୋଲକାତା ପୋଲିସ ।

ଏହି ଘଟଣାରେ ପ.ବ.ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କ ବାସଭବନରେ ଉପସ୍ଥିତ ରହି କରୁଛନ୍ତି ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା । ସ୍ଥାନୀୟ ପୋଲିସ ୫ ଜଣିଆ ସିବିଆଇ ଟିମ୍କୁ ଗିରଫ କରିବା ପରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ପରେ ପଶ୍ଟିମ ବଙ୍ଗ ପୋଲିସ ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ପହଞ୍ଚିଛି । ସମ୍ଭବତଃ ତାଙ୍କୁ ମଧ୍ୟ ଗିରଫ କରାଯାଇପାରେ ।

{"id":81498}

ଅପରପକ୍ଷରେ ମମତା କହିଛନ୍ତି ଯେ, ରାଜୀବ କୁମାର ବିଶ୍ବରେ ଜଣେ ଭଲ ପୋଲିସ ଅଧିକାରୀ । ମୋଦି ଏବଂ ଅମିତ ଶାହା ମିଶି ଦେଶରେ ହିଂସା ପ୍ରସାର କରୁଛନ୍ତି । ଏହି ଘଟଣାରେ ମୋଦି ହଟାଓ ଦେଶ ବଞ୍ଚାଓ ନାରା ଦେଇ ମମତା ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି ।

{"id":81499}

ପଶ୍ଚିମ ବଂଗ ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ଆଭିମୁଖ୍ୟ ଫଳରେ ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି କହିଲେ ଭୁଲ ହେବ ନାହିଁ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ରୋଜ ଭ୍ୟାଲି ଓ ଶାରଦା ଚିଟ ଫଣ୍ଡ ମାମଲାର ତଦନ୍ତ ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ରାଜୀବ କୁମାର ତଦନ୍ତ କରୁଥିଲେ । ତେବେ ଏହି ମାମଲାକ କେତେକ ଫାଇଲ ଅଚାନକ ଗାଏବ ହୋଇଯାଇଥିଲା । ଏହି ମାମଲାରେ ସିବିଆଇ ରାଜୀବ କୁମାରଙ୍କୁ ପଚରା ଉଚରା କରିବା ପାଇଁ ତାଙ୍କ ବାସଭବନରେ ପହଂଚିବା ପରେ ଆରମ୍ଭ ହୋଇଥିଲା ହାଇ ଡ୍ରାମା ।

 

ସିବିଆଇ ଟିମ୍ ପ୍ରଥମେ ରାଜୀବ କୁମାରଙ୍କୁ ଦେଖା କରିବାକୁ କୋଲକାତା ପୋଲିସକୁ ଦେଇଥିଲେ ସୂଚନା । କୋଲକାତା ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନର ସାହାର୍ଯ୍ୟ ନେବାକୁ କହିଥିଲା । ସିବିଆଇ ଟିମ୍ ରାଜୀବ କୁମାରଙ୍କ ବାସଭବନକୁ ପଶିବାକୁ ଚେଷ୍ଟା କରିଥିଲେ ବି ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲା । ଫଳରେ ସିବିଆଇ ରାଜୀବଙ୍କ ବାସଭବନକୁ ପଶିପାରି ନଥିଲା । ସେମାନଙ୍କୁ ସେକ୍ସପିଅର ସରଣୀ ଥାନାକୁ ନିଆଯାଇଥିଲା ।

ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ ଜାରି କରିଥିଲା । କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ ସମର୍ଥନ କରି ଏହି ସମନ ଜାରିର ତାରିଖକୁ ଘୁଂଚାଇଥିଲେ ।

ରାଜୀବ କୁମାର ରୋଜ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମରେ ଛନ୍ଦି ହୋଇଯାଇଥିଲେ । ଏହି ସ୍କାମ ପାଇଁ ସିବିଆଇ ସମନ ଜାରି କରିଥିଲା ।

କେନ୍ଦ୍ର ସରକାର ଆଇନର ଅପବ୍ୟବହାର କରୁଥିବା କଥା ଟ୍ଵିଇଟ ମାଧ୍ୟମରେ କହିଛନ୍ତି ମମତା ବାନାର୍ଜୀ । ଏହାଦ୍ଵାରା ପୋଲିସ ଓ  ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କହିଛନ୍ତି ମମତା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଜେପିକୁ ଇଂଚେ ବି ଯାଗା ଦିଆଯିବ ନାହିଁ ବୋଲି ମମତା କହିଥିଲେ । ଆଜି ଦାର୍ଜଲିଂ ନିକଟରେ ଏକ ସଭାକୁ ହେଲିକପ୍ଟର ଯୋଗେ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅବତରଣ କରିବାକୁ ମମତାଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇନଥିଲା । ଫଳରେ ଯୋଗୀ ଆଦିତ୍ୟନାଥ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଫୋନ ଯୋଗେ ସେ ସମ୍ମିଳିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.